Home ଜିଲ୍ଲା ପରିକ୍ରମା ଚନ୍ଦ୍ରଗ୍ରହଣ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ,୧୩ଘଂଟା ଧରି ବନ୍ଦ ରହିବ ସର୍ବସାଧାରଣଙ୍କ ଦର୍ଶନ,ଗ୍ରହଣ...

ଚନ୍ଦ୍ରଗ୍ରହଣ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ,୧୩ଘଂଟା ଧରି ବନ୍ଦ ରହିବ ସର୍ବସାଧାରଣଙ୍କ ଦର୍ଶନ,ଗ୍ରହଣ ସର୍ବମୋକ୍ଷ ପରେ ଦେବନୀତି ଓ ଦର୍ଶନ ଆରମ୍ଭ

0

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆସନ୍ତା ମଙ୍ଗଳବାର ମାର୍ଚ୍ଚ ୩ରେ ପବିତ୍ର ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମନ୍ଦିର ପରମ୍ପରା ଅନୁଯାୟୀ ଗ୍ରହଣର ପାକତ୍ୟାଗ ଠାରୁ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ଦେବନୀତି , ପୂଜାର୍ଚ୍ଚନା ବନ୍ଦ ରହିବା ସହ ବାବାଙ୍କ ଦର୍ଶନ ବନ୍ଦ ରହିବ। ଦୋଳପୂର୍ଣ୍ଣିମା ଦିନ ସକାଳ ୬ଟା୧୫ରୁ ପାକତ୍ୟାଗ ଆରମ୍ଭ ହେଉଥିବାରୁ ଏହା ପୂର୍ବରୁ ଅର୍ଥାତ୍ ରାତ୍ର ୩ଟା୩୦ରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣଲାଗି ସମ୍ପନ୍ନ ହେବା ପରେ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ୟ ଭୋଗ ଲାଗି କରାଯିବ। ପରେ ସକାଳ ୬ଟା ସୁଧା ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇ ପ୍ରଥମ ଅନ୍ନନୀତି ଓ ପଂଚ ଉପଚାର ପୂଜା ସମ୍ପନ୍ନ କରାଯାଇ ୬ଟା୧୫ରେ ପହୁଡ଼ କରାଯିବ। ସଂଧ୍ୟା ୬ଟା୪୭ରେ ଗ୍ରହଣ ସର୍ବମୋକ୍ଷ ପରେ ପୁର୍ନବାର ମନ୍ଦିର ପହୁଡ଼ ଖୋଲାଯାଇ ମହାସ୍ନାନ ଓ ଆଳତୀ ସହ ଦୈନନ୍ଦିନ ନୀତା କାନ୍ତି ବଡ଼ସିଂହାର ବେଶ ଓ ଦୋଳ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦୀର୍ଘ ୧୩ଘଂଟା ଧରି ବାବାଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନ ଓ ସେବାପୂଜା ବନ୍ଦ ରହିବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.