Home ଜିଲ୍ଲା ପରିକ୍ରମା ଚନ୍ଦନୀପାଳ ଠାରେ ନୂତନ ଜେଟି ନିର୍ମାଣକୁ ସବୁଜ ସଙ୍କେତ,ଅନୁମୋଦନ ଅର୍ଥକୁ ଅପେକ୍ଷା, ବନବିଭାଗ,ପ୍ରତିରକ୍ଷା ,ସିଆରଜେଡ, ଏନଜିଟିର...

ଚନ୍ଦନୀପାଳ ଠାରେ ନୂତନ ଜେଟି ନିର୍ମାଣକୁ ସବୁଜ ସଙ୍କେତ,ଅନୁମୋଦନ ଅର୍ଥକୁ ଅପେକ୍ଷା, ବନବିଭାଗ,ପ୍ରତିରକ୍ଷା ,ସିଆରଜେଡ, ଏନଜିଟିର ସବୁଜ ସଙ୍କେତ,ପ୍ରଥମ ପର୍ଯ୍ୟାୟରେ ୫୦କୋଟି ବ୍ୟୟ ବରାଦ ଆକଳନ

15

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଜେଟି ନିର୍ମାଣକୁ ନେଇ ଅଂଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଦାବୀ ସଫଳ ହୋଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଅମରନଗର ମୌଜାରେ ଖାତା ନଂ ୧୧୯(ରକ୍ଷିତ),ପ୍ଲଟ ନଂ ୩୨୦ରେ ଏ୨.କର ସ୍ଥାନ ଚିହ୍ନଟ ହୋଇଥିଲା । ଏହି ଜମିର କିସମ ଆଡି ହୋଇଥିବା ବେଳେ ଏହାର କିଷମ ପରିବର୍ତନ ପାଇଁ ସ୍ଥାନୀୟ ଅଂଚଳବାସୀ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରି ଆସୁଥିଲେ । ସେମାନଙ୍କ ଦାବୀ କୁ ସମ୍ମାନ ଦେଇ ଭଦ୍ରକ ଜିଲ୍ଲାପାଳ ଙ୍କ ନିର୍ଦେଶରେ ଚାନ୍ଦବାଲି ତହସିଲଦାର ଏହାର କିସମ ପରିବର୍ତନ କରିଥିଲେ । ଚନ୍ଦନୀପାଳ ଏବଂ କେନ୍ଦ୍ରାପଡା ଜିଲ୍ଲାର ମତ୍ସ୍ୟଜିବୀ ମାନେ ମତ୍ସ୍ୟ ବିଭାଗ ପାଖରେ ଚନ୍ଦନୀପାଳ ଠାରେ ଏହି ଜେଟୀ ନିର୍ମାଣ ହେଲେ ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାର ମତ୍ସ୍ୟଜିବୀ ମାନେ ଉପକୃତ ହୋଇ ପାରିବେ ବୋଲି ବିଭାଗୀୟ ଅଧିକାରୀଙ୍କ ଅବଗତ କରାଇଥିଲେ । ୨୦୨୧ ମସିହାରେ ଚେନ୍ନାଇ ଆଇ ଆଇ ଟି ର ଏକ ୪ଜଣିଆ ବୈକ୍ଷୟିକ ଟିମ ପ୍ରକଳ୍ପ ମୁଖ୍ୟ ଆର ରଘୁଲ ଙ୍କ ନେତୃତ୍ୱରେ ଆସି କ୍ଷେତ୍ରୀୟ ପରିଦର୍ଶନ କରିଥିଲେ ଏବଂ ଚନ୍ଦନୀପାଳ ଏବଂ ଗଭୀର ସମୁଦ୍ରର ସ୍ଥିତିକୁ ନିରୀକ୍ଷଣ କରିବା ସହ ଏଠାରେ ୨ଦିନ ରହଣି କାଳରେ ସମୁଦ୍ରର ଜୁଆର ଭଟ୍ଟା ଦେଖିବା ସହ ଉପଗ୍ରହ ମାଧ୍ୟମରେ ସମସ୍ତ ଅନୁସନ୍ଧାନ କରି ଏହାର ଚୁଡାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗକୁ ପ୍ରଦାନ କରିଥିଲେ ।ପୁନଶ୍ଚ ଇଞ୍ଜିନିୟରିଂ ଇଣ୍ଡିଆ ଲିମିଟେଡ ନାମକ ଏକ ପବ୍ଲିକ ସେକ୍ଟର ୟୁନିଟ ଆସି ଏହି ଜେଟି ନିର୍ମାଣର ଅବ୍ୟବହିତ ପୂର୍ବରୁ ସର୍ଭେ କରି ମଧ୍ୟ ଶେଷ ରିପୋର୍ଟ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଏହି ଜମି ଟି ସ୍ପେଶାଲ ଇକନୋମିକ ଜୋନରେ ଅର୍ନ୍ତଭୁକ୍ତ ହେଉଛିକି ନାହିଁ ତାହାର ରିପୋର୍ଟ , ବନବିଭାଗ, ପ୍ରତିରକ୍ଷା ଏବଂ ନ୍ୟାସନାଲ ଗ୍ରୀନ ଟିବ୍ୟୁନାଲ(ଏନଜିଟି) ବିଭାଗ ନିକଟରୁ ସବୁଜ ସଙ୍କେତ ମିଳି ସାରିଛି ବୋଲି ମତ୍ସ୍ୟ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆଲୋକ ପାତ୍ର ମତପୋଷଣ କରିଛନ୍ତି । ଏହି ସମସ୍ତ ଆପ୍ରୁଭାଲ ମିଳି ସାରିବା ପରେ ବିଭାଗୀୟ ଅଧିକାରୀ ଏହି ଜେଟୀର ଚୁଡାନ୍ତ ପ୍ରକଳ୍ପ ରିପୋର୍ଟ ଏବଂ ଏହି ଜେଟି ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା ଆର୍ଥିକ ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ନିକଟକୁ ପଠାଯାଇଛି । ଖୁବ ଶୀଘ୍ର ଆର୍ଥିକ ଅନୁଦାନ ଆସିବା ପରେ ଓଡିଶା ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ଏହି ଜେଟୀ ନିର୍ମାଣ କରିବା ପାଇଁ ଟେଣ୍ଡର ଆହ୍ୱାନ କରିବ । ପ୍ରଥମ ପର୍ଯ୍ୟାୟରେ ଏହା ୫୦କୋଟିରେ ସିମୀତ ରହିବ ଏବଂ ପରେ ମତ୍ସ୍ୟଜିବୀ ଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂପ୍ରସାରଣ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରାଯିବ ବୋଲି ମତ୍ସ୍ୟ ବିଭାଗ ନିକଟରୁ ପ୍ରକାଶ । ୨୦୨୫ ମସିହାରେ ଅଂଚଳବାସୀଙ୍କ ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ସେମାନଙ୍କର ବହୁ ପ୍ରତୀକ୍ଷିତ ଚନ୍ଦନୀପାଳ ଜେଟୀ ର ସ୍ୱପ୍ନ ସାକାର ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.