Home ଜିଲ୍ଲା ପରିକ୍ରମା ଚତୁର୍ଦ୍ଦଶ ଭଦ୍ରକ ଜିଲ୍ଲା ମହୋତ୍ସବର ନବମ ସନ୍ଧ୍ୟା, ଯୁଗେ ଯୁଗେ ବିଶ୍ୱ ଅନୁକରଣ କରିଛି ଓଡ଼ିଶାର...

ଚତୁର୍ଦ୍ଦଶ ଭଦ୍ରକ ଜିଲ୍ଲା ମହୋତ୍ସବର ନବମ ସନ୍ଧ୍ୟା, ଯୁଗେ ଯୁଗେ ବିଶ୍ୱ ଅନୁକରଣ କରିଛି ଓଡ଼ିଶାର ସଂସ୍କୃତି – ଡାକ୍ତର ପ୍ରଦୀପ ନାୟକ

8

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର କିମ୍ବଦନ୍ତୀ , ଇତିହାସ, ଲୋକ ଜୀବନ, ସଂସ୍କୃତି ଓ ପରମ୍ପରା ସ୍ୱତନ୍ତ୍ର। ଓଡ଼ିଶାର ଲୋକମାନଙ୍କର ପୋଷାକପତ୍ର , ଚାଲି ଚଳଣି , ଆଚାର ବ୍ୟବହାର ପୃଥିବୀରେ ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ। ଓଡ଼ିଆରେ ମାଆ ଡାକ, ଗୁରୁଜନ ମାନଙ୍କ ପ୍ରତି ଭକ୍ତି ବାସ୍ତବରେ ନିଆରା। ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ପାଳନ କରାଯାଏ ବାର ମାସରେ ତେର ପର୍ବ।ଓଡ଼ିଶାକୁ ଛାଡ଼ି ପୃଥିବୀର ଇତିହାସ ସୃଷ୍ଟି ହୋଇ ପାରିବ ନାହିଁ। ସେଥିପାଇଁ ଯୁଗେ ଯୁଗେ ଓଡ଼ିଶାକୁ ଅନୁକରଣ କରିଆସିଛି ସମଗ୍ର ବିଶ୍ୱ। ଦୀର୍ଘ ଚଉଦ ବର୍ଷ ଧରି ପାଳିତ ହେଉଥିବା ଭଦ୍ରକ ଜିଲ୍ଲା ମହୋତ୍ସବର ନବମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ତଥା ସମାଜସେବୀ ଡାକ୍ତର ପ୍ରଦୀପ ନାୟକ କହିଛନ୍ତି। ଭଦ୍ରକ ସହରାଂଚଳର ଥାନା ଅଧିକାରୀ ପ୍ରଭଂଶୁ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଛନ୍ତି, ମହାନ ଉଦ୍ଦେଶ୍ୟ ରଖି ଯେଉଁ ଉତ୍ସବ ପାଳନ କରାଯାଏ ତାହା ହିଁ ମହୋତ୍ସବ। ଏହାକୁ ମୁଖ୍ୟତଃ ଗୁରୁତ୍ୱ ଦେଇ ଭଦ୍ରକ ଜିଲ୍ଲା ମହୋତ୍ସବ କାର୍ଯ୍ୟ କରୁଥିବାରୁ ଅନୁଷ୍ଠାନର ସମସ୍ତ କର୍ମ କର୍ତା ମାନଙ୍କୁ ଧନ୍ୟବାଦ ଜଣାଉଛି। ଭଦ୍ରକର ବିକାଶ ଏବଂ ପ୍ରଚାର – ପ୍ରସାର ଦିଗରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ମିଳମିଶି ଏହି ମହୋତ୍ସବକୁ ଆପଣେଇବା ଉଚିତ୍‌। ଯାହାକୁ ପ୍ରାଧାନ୍ୟ ଦେଇ ସ୍ୱର୍ଗତ ବିଷ୍ଣୁ ସେଠୀ ପ୍ରତିଷ୍ଠା କରିଥିଲେ ଭଦ୍ରକ ଜିଲ୍ଲା ମହୋତ୍ସବ ଟ୍ରଷ୍ଟ ବୋର୍ଡ। ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ର ଅଭିନେତା ସଞ୍ଜୟ ପଣ୍ଡା କହିଥିଲେ , ମୋ ଗର୍ବ , ମୋ ଭଦ୍ରକ। ଏହି ଅବସରରେ ସଞ୍ଜୟ ଓରଫ ପପୁ ପଣ୍ଡାଙ୍କ ନିଖୁଣ ଅଭିନୟ ସଭାକୁ ମନ୍ତ୍ରମୁଗ୍ଧ ପରି ସ୍ତବ୍ଧ କରିଦେଇଥିଲା। ସମ୍ମାନିତ ଅତିଥି ଭାବେ ଯୋଗଦେଇ ରଶ୍ମିତା ଦାଶ, ରାଜଲକ୍ଷ୍ମୀ ମହାପାତ୍ର, ଶଶିକଳା ମିଶ୍ର ଭଦ୍ରକ ଜିଲ୍ଲା ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ” ନୀଳମଣି ରାଉତରାୟ ମଂଚ”ର ” ଓଡ଼ିଶାର ଲୋକ ଜୀବନ “ଶୀର୍ଷକ ଆଲୋଚନା ଚକ୍ରରେ ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭାପତିତ୍ୱ କରିଥିବାବେଳେ କାର୍ଯକାରୀ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ ସ୍ୱାଗତ ଭାଷଣ ରଖିଥିବାବେଳେ ସମ୍ପାଦକ ସତ୍ୟଭୂଷଣ ସ୍ୱାମୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ପଣ୍ଡିତ ସଞ୍ଜୟ ପାଢ଼ୀଶର୍ମା ବେଦ ପାଠ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କୁ କମିଟି ପକ୍ଷରୁ ଉପସଭାପତି ସାମ୍ବାଦିକ ପ୍ରମୋଦ ରାୟ,କାର୍ଯ୍ୟକାରୀ ସଭାପତି ଶ୍ରୀ ବିଶ୍ୱାଳ, ସମ୍ପାଦକ ଶ୍ରୀ ସ୍ୱାମୀ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ।ପରେ ପରେ ଅତିଥି ମାନଙ୍କ ଦ୍ୱାରା ସାଇ ବିନାୟକ ନୃତ୍ୟ ଏକାଡେମୀର କୁନି କୁନି ପିଲାମାନଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଥିଲା। ସଭାରମ୍ଭରେ କୁନି କୁନି କଳିକା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ରଶ୍ମିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଦର୍ଶ ଶିକ୍ଷକ ଅରୁଣ କୁମାର ମଲ୍ଲିକ ଦେଶାତ୍ମକ ବନ୍ଦନା ଗାନ କରିଥିଲେ ଏବଂ ଶେଷରେ ପ୍ରଶାନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।ଆଜିର ସନ୍ଧ୍ୟାରେ ସାଇ ବିନାୟକ ଇଂଟରନେସନାଲ ଏକାଡେମୀର କଳାକାରଙ୍କ ନୃତ୍ୟ ପରିବେଷଣ ଓ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଛଉନୃତ୍ୟ ବେଶ୍ ଚିତାକର୍ଷକ ଥିଲା। ଗୀତ ସଙ୍ଗୀତର ନିର୍ଦ୍ଦେଶକ କୁମାର ଗୌତମ ଓ ସାଥୀଙ୍କ ସଙ୍ଗୀତ ନୃତ୍ୟରେ ଦର୍ଶକମାନେ ବିମୋହିତ ହୋଇ ମନଭରି ଉପଭୋଗ କରିଥିଲେ। କମିଟିର ଆବାହକ ଶଶି ଭୂଷଣ ସ୍ୱାମୀ, ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ଉପ ସଭାନେତ୍ରୀ କଳ୍ପନା ଜେନା, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ତ୍ରିପାଠୀ, ମନସ୍ମିତା ଦାସ, ଦୀପାଲୀ ନାୟକ, ସୁମିତ୍ରା ପାଣି , ଗୋସ୍ୱାମୀ ଅରୂପ ଦାସ, ସୁନିଲ ଦତ ପ୍ରମୁଖଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସମାରୋହ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ନୃତ୍ୟ, ସଙ୍ଗୀତ, ନାଟକ ଭିତିକ ସାଂସ୍କୃତିକ ବିଚିତ୍ରା,ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲୋକ କଳା, ଲୋକ ନୃତ୍ୟ, ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ , ମଂଚ କଳାକାର, ହାସ୍ୟ ଅଭିନେତା, ଅଭିନେତ୍ରୀ, ଯାତ୍ରା କଳାକାର, ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ସମାରୋହରେ ଗତ ୨ତାରିଖରୁ ଆରମ୍ଭ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.