ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଷାର ବିକାଶ ହେଲେ ଓଡ଼ିଶାର ବିକାଶ ହେବ। ଭଦ୍ରକର ବିକାଶ ହେଲେ ଓଡ଼ିଶାର ଇତିହାସ ସୃଷ୍ଟି ହେବ। ଭଦ୍ରକର ବିକାଶ ଦିଗରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଚେଷ୍ଟା କରିବା ଉଚିତ୍ ବୋଲି ଚତୁର୍ଦ୍ଦଶ ଭଦ୍ରକ ଜିଲ୍ଲା ମହୋତ୍ସବର ସପ୍ତମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଭଦ୍ରକ ମ୍ୟୁନିସିପାଲଟିର ଅଧ୍ୟକ୍ଷ ଗୁଲମକୀ ହବିବ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ,ଚତୁର୍ଦ୍ଧସତମ ଜିଲ୍ଲା ମହୋତ୍ସବର ଭବ୍ୟ ସଂଧ୍ୟାରେ ଯୋଗଦେଇ “ତ୍ୟାଗ ମାଟି” ଭଦ୍ରକର ସମୃଦ୍ଧ କଳା, ସଂସ୍କୃତି ଏବଂ ପରମ୍ପରାକୁ ନିକଟରୁ ଅନୁଭବ କରିବା ସହ ଏହି ମହୋତ୍ସବରେ ପ୍ରଦର୍ଶିତ କଳାକାରମାନଙ୍କର ପ୍ରତିଭା ଅନୁଭବ କରିବାର ସୌଭାଗ୍ୟ ପ୍ରାପ୍ତ କଲି । ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ ଓ ଜୀବନ୍ତ ରଖିଥିବା ଜିଲ୍ଲା ପ୍ରଶାସନ, କୁନି ପ୍ରତିଭା ଏବଂ ସମସ୍ତ କମିଟି ସଦସ୍ୟମାନଙ୍କୁ ମୋର ସାଧୁବାଦ୍ ଜଣାଉଛି। ମହୋତ୍ସବର କର୍ମକର୍ତା ମାନଙ୍କ ସାଧୁ ଉଦ୍ୟମକୁ ଯେତେ ପ୍ରଶଂସା କଲେ କମ୍ ହେବ। ବିଶିଷ୍ଟ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ବରେଣ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଭଦ୍ରକର ଭାଇଚାରା ଭାରତର ଏକ ପ୍ରମୁଖ ଦିଶା ସୃଷ୍ଟି କରିଛି। ଭଦ୍ରକ ସ୍ୱାସ୍ଥ୍ୟ ପ୍ରତି ପ୍ରଶାସନ ତରଫରୁ ସତର୍କତା ରହିବା ସହିତ ଶିକ୍ଷା, କୃଷି କ୍ଷେତ୍ରରେ ବିକାଶ କଲେ ଜିଲ୍ଲାର ବିକାଶ ହୋଇପାରିବ। ଏହି ସାଂସ୍କୃତିକ ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଗୋପାଳ ପ୍ରସାଦ ମହାପାତ୍ର , ପ୍ରଧ୍ୟାପିକା ସଂଯୁକ୍ତା ଭାରତୀ ଏବଂ କବି ରମେଶ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଭଦ୍ରକର ଐତିହ୍ୟ , ସଂସ୍କୃତି, ପରମ୍ପରା ଯୁଗ ଯୁଗ ଧରି ଓଡ଼ିଶାକୁ ନୂତନ ଦିଗ୍ଦର୍ଶନ ଦେଇଆସିଛି। ସମଗ୍ର ଓଡ଼ିଶା ବହୁ ପ୍ରାଚୀନ କାଳରୁ ଭଦ୍ରକକୁ ଅନୁକରଣ କରିଆସିଛି ତେଣୁ ବିଭିନ୍ନ କ୍ଷେତ୍ରରେ ଭଦ୍ରକକୁ ବିକାଶ କରିବା ଆମର କର୍ତବ୍ୟ ହେବା ଉଚିତ୍ । ” ମହମ୍ମଦ ହନିଫ ମଂଚ”ର ” ଭଦ୍ରକ ବିକାଶରେ ଆମର କର୍ତବ୍ୟ “ଶୀର୍ଷକ ଆଲୋଚନା ଚକ୍ରରେ ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭାପତିତ୍ୱ କରିଥିବାବେଳେ କାର୍ଯକାରୀ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ ସ୍ୱାଗତ ଭାଷଣ ରଖିଥିବାବେଳେ ସମ୍ପାଦକ ସତ୍ୟଭୂଷଣ ସ୍ୱାମୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ପଣ୍ଡିତ ସଞ୍ଜୟ ପାଢ଼ୀଶର୍ମା ବେଦ ପାଠ କରିଥିଲେ। ଏହି ଅବସରରେ ଅଥିତିମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଅତିଥି ମାନଙ୍କ ଦ୍ୱାରା ଦର୍ଶନ ଏକାଡେମୀର କୁନି କୁନି ପିଲାମାନଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଥିଲା। ସଭାରମ୍ଭରେ କୁନି କୁନି କଳିକା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ରଶ୍ମିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଦର୍ଶ ଶିକ୍ଷକ ଅରୁଣ କୁମାର ମଲ୍ଲିକ ଦେଶାତ୍ମକ ବନ୍ଦନା ଗାନ କରିଥିଲେ ଏବଂ ଶେଷରେ ଅଧ୍ୟାପକ ସିଦ୍ଧେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଆଜିର ସନ୍ଧ୍ୟାରେ ଦର୍ଶନ ଏକାଡେମୀର କଳାକାରଙ୍କ ନୃତ୍ୟ ପରିବେଷଣ ଓ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଭଦ୍ରକ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ପାଲା, ଦାସକାଠିଆ ଏବଂ ନୃତ୍ୟ ବେଶ୍ ଚିତାକର୍ଷକ ଥିଲା। ଗୀତ ସଙ୍ଗୀତର ନିର୍ଦ୍ଦେଶକ କୁମାର ଗୌତମ ଓ ସାଥୀଙ୍କ ସଙ୍ଗୀତ ନୃତ୍ୟରେ ଦର୍ଶକମାନେ ବିମୋହିତ ହୋଇ ମନଭରି ଉପଭୋଗ କରିଥିଲେ। କମିଟିର ଉପ ସଭାପତି ପ୍ରମୋଦ ରାୟ,ଆବାହକ ଶଶି ଭୂଷଣ ସ୍ୱାମୀ, ସାଂସ୍କୃତିକ ସମ୍ପାଦକ ରଶ୍ମିତା ଦାଶ, ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଂଯୋଜକ ରାଜଲକ୍ଷ୍ମୀ ମହାପାତ୍ର, ଉପ ସଭାନେତ୍ରୀ କଳ୍ପନା ଜେନା, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ତ୍ରିପାଠୀ, ମନସ୍ମିତା ଦାସ, ଶଶିକଳା ମିଶ୍ର , ଦୀପାଲୀ ନାୟକ, ସୁମିତ୍ରା ପାଣି , ଗୋସ୍ୱାମୀ ଅରୂପ ଦାସ, ସୁନିଲ ଦତ ପ୍ରମୁଖଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସମାରୋହ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ନୃତ୍ୟ, ସଙ୍ଗୀତ, ନାଟକ ଭିତିକ ସାଂସ୍କୃତିକ ବିଚିତ୍ରା,ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲୋକ କଳା, ଲୋକ ନୃତ୍ୟ, ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ , ମଂଚ କଳାକାର, ହାସ୍ୟ ଅଭିନେତା, ଅଭିନେତ୍ରୀ, ଯାତ୍ରା କଳାକାର, ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ସମାରୋହରେ ଗତ ୨ତାରିଖରୁ ଆରମ୍ଭ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣା ପଡ଼ିଛି।
Home ଜିଲ୍ଲା ପରିକ୍ରମା ଚତୁର୍ଦ୍ଦଶ ଭଦ୍ରକ ଜିଲ୍ଲା ମହୋତ୍ସବର ସପ୍ତମ ସନ୍ଧ୍ୟା, ଭଦ୍ରକର ବିକାଶ ହେଲେ ଓଡ଼ିଶାର ଇତିହାସ ସୃଷ୍ଟି...







