ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଐତିହ୍ୟ,ସଂସ୍କୃତି , ପରମ୍ପରା, କିମ୍ବଦନ୍ତୀ ସ୍ୱତନ୍ତ୍ର। ଭାରତର ସ୍ୱାଧୀନତା ସଂଗ୍ରାମକୁ ଭଦ୍ରକର ଦାନ ଅତୁଳନୀୟ। ଭାରତ ଇତିହାସରେ ଭଦ୍ରକ ଯୁଗ ଯୁଗ ଧରି ସୁବର୍ଣ୍ଣ ପଦକ ମଣ୍ଡନ କରି ଇତିହାସର ମୁକସାଖି ହୋଇ ରହିବ ଏଥିରେ ସନ୍ଦେହ ନାହିଁ। ରକ୍ତ ତୀର୍ଥ ଇରମର ମଣି ବେଜ୍ ଆମ ଜାତିର ସଂପତି ଥିଲେ। ତାଙ୍କର ପ୍ରଚାର ପ୍ରସାର କରିବା ଆମର କର୍ତବ୍ୟ ହେବା ଉଚିତ୍ ବୋଲି ରାଜ୍ୟ କିଶାନ ମୋର୍ଚ୍ଚାର ଉପ ସଭାପତି ପୁନିଲ କୁମାର ପୁହାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ବିଶିଷ୍ଟ ସମାଜସେବୀ ତଥା ସଂକ୍ରାନ୍ତି ସାହିତ୍ୟ ସନ୍ଧ୍ୟାର ସଭାପତି କବି ଦୀନବନ୍ଧୁ ପତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ, ଆମ ସମାଜର ପ୍ରତ୍ୟେକ ବ୍ୟକ୍ତି ମାନବୀୟ ସଂସ୍କୃତି ଉପରେ ପ୍ରାଧାନ୍ୟ ଦେବା ଉଚିତ୍। ଇଂରାଜୀ ଭାଷା ସାହିତ୍ୟ ଗବେଷକ ପ୍ରାଧ୍ୟାପକ ଗୋଲକ ବିହାରୀ ସାହୁ, ପ୍ରାଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭଦ୍ରକର ଐତିହ୍ୟ, ସଂସ୍କୃତି, ପରମ୍ପରା ଓଡ଼ିଶାର କିମ୍ବଦନ୍ତୀ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ।” ନାଟ୍ୟଭୂଷଣ ବଂଶୀବଲ୍ଲଭ ଗୋସ୍ୱାମୀ ମଂଚ”ର ” ଆମ ସଂସ୍କୃତିର ସୁରକ୍ଷା ଆମର କର୍ତବ୍ୟ “ଶୀର୍ଷକ ଆଲୋଚନା ଚକ୍ରରେ ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭାପତିତ୍ୱ କରିଥିବାବେଳେ କାର୍ଯକାରୀ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ ସ୍ୱାଗତ ଭାଷଣ ରଖିଥିବାବେଳେ ସମ୍ପାଦକ ସତ୍ୟଭୂଷଣ ସ୍ୱାମୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଅଥିତିମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଅତିଥି ମାନଙ୍କ ଦ୍ୱାରା କୁନି କୁନି ପିଲାମାନଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଥିଲା। ସଭାରମ୍ଭରେ କୁନି କୁନି କାଲିକା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ପ୍ରାଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ରଚିତ ” ଗୋହିରା ଟିକିରା ରୁ ଷୋଳମପୁର” ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା।ରଶ୍ମିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଦର୍ଶ ଶିକ୍ଷକ ଅରୁଣ କୁମାର ମଲ୍ଲିକ ମାତୃ ବନ୍ଦନା ଗାନ କରିଥିଲେ ଏବଂ ଶେଷରେ ଅଧ୍ୟାପକ ସିଦ୍ଧେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଆଜିର ସନ୍ଧ୍ୟାରେ ଆଞ୍ଚଳିକ ଡେନ୍ସ ଗ୍ରୁପର କଳାକାରଙ୍କ ନୃତ୍ୟ ପରିବେଷଣ ଓ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଭଦ୍ରକ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ପାଲା, ଦାସକାଠିଆ ଏବଂ ନୃତ୍ୟ ବେଶ୍ ଚିତାକର୍ଷକ ଥିଲା। ଗୀତ ସଙ୍ଗୀତର ନିର୍ଦ୍ଦେଶକ କୁମାର ଗୌତମ ଓ ସାଥୀଙ୍କ ସଙ୍ଗୀତ ନୃତ୍ୟରେ ଦର୍ଶକମାନେ ବିମୋହିତ ହୋଇ ମନଭରି ଉପଭୋଗ କରିଥିଲେ। କମିଟିର ଉପ ସଭାପତି ପ୍ରମୋଦ ରାୟ,ଆବାହକ ଶଶି ଭୂଷଣ ସ୍ୱାମୀ, ସାଂସ୍କୃତିକ ସମ୍ପାଦକ ରଶ୍ମିତା ଦାଶ, ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଂଯୋଜକ ରାଜଲକ୍ଷ୍ମୀ ମହାପାତ୍ର, ଉପ ସଭାନେତ୍ରୀ କଳ୍ପନା ଜେନା, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ତ୍ରିପାଠୀ, ମନସ୍ମିତା ଦାସ, ଦୀପାଲୀ ନାୟକ, ସୁମିତ୍ରା ପାଣି , ଗୋସ୍ୱାମୀ ଅରୂପ ଦାସ, ସୁନିଲ ଦତ ପ୍ରମୁଖଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସମାରୋହ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ନୃତ୍ୟ, ସଙ୍ଗୀତ, ନାଟକ ଭିତିକ ସାଂସ୍କୃତିକ ବିଚିତ୍ରା,ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲୋକ କଳା, ଲୋକ ନୃତ୍ୟ, ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ , ମଂଚ କଳାକାର, ହାସ୍ୟ ଅଭିନେତା, ଅଭିନେତ୍ରୀ, ଯାତ୍ରା କଳାକାର, ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ସମାରୋହରେ ଗତ ୨ତାରିଖରୁ ଆରମ୍ଭ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣା ପଡ଼ିଛି।








