Home ଜିଲ୍ଲା ପରିକ୍ରମା ଚତୁର୍ଦ୍ଦଶ ଭଦ୍ରକ ଜିଲ୍ଲା ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ଭଦ୍ରକର ଲୋକ ସଂସ୍କୃତି ଉତ୍କଳର ବିଭବ ବହନ...

ଚତୁର୍ଦ୍ଦଶ ଭଦ୍ରକ ଜିଲ୍ଲା ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ଭଦ୍ରକର ଲୋକ ସଂସ୍କୃତି ଉତ୍କଳର ବିଭବ ବହନ କରେ : ପିନାକ ମିଶ୍ର

0

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସଂସ୍କୃତି କହିଲେ ଓଡ଼ିଶାର ସଂସ୍କୃତିକୁ ବୁଝାଏ, ଶ୍ରୀଜଗନ୍ନାଥ ସଂସ୍କୃତି କହିଲେ ଆମେ ବିଶ୍ୱ ସଂସ୍କୃତିକୁ ବୁଝୁ। ଭଦ୍ରକର ଐତିହ୍ୟ, ସଂସ୍କୃତି, ପରମ୍ପରା ଓଡ଼ିଶାର କିମ୍ବଦନ୍ତୀ ବହନ କରେ ବୋଲି ଚତୁର୍ଦ୍ଦଶ ଭଦ୍ରକ ଜିଲ୍ଲା ମହୋତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାଂଚଳ ଡି ଆଇ ଜି ପିନାକ ମିଶ୍ର କହିଛନ୍ତି। ” ଲୋକକବି ଜଗନ୍ନାଥ ପାଣି ମଂଚ”ର ” ଆମ ସଭ୍ୟତା ଆମ ସଂସ୍କୃତି “ଶୀର୍ଷକ ଆଲୋଚନା ଚକ୍ରରେ ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା କୁଳପତି ପ୍ରଫେସର ଡକ୍ଟର ହରିହର କାନୁନଗୋ କହିଥିଲେ ଆମ ସଭ୍ୟତା ଆମ ସଂସ୍କୃତି କହିଲେ ଆମେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବୁଝିଥାଉଁ। ଉତ୍କଳର ସଂସ୍କୃତିକୁ ଯୁଗ ଯୁଗ ଧରି ବିଶ୍ୱ ଅନୁକରଣ କରିଆସିଛି। ବରେଣ୍ୟଅତିଥି ଭାବେ ସମାଜସେବୀ ସଂଯୁକ୍ତା ମହଲା, ଓଡ଼ିଆ ଭାଷା ସାହିତ୍ୟ ଗବେଷକ ଡକ୍ଟର ପ୍ରଭାତନଳିନୀ ମହାପାତ୍ର, ସୁରରାଣୀ ସୋହିନୀ ମିଶ୍ର ଯୋଗଦେଇ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଉପରେ ସାରଗର୍ଭକ ବକ୍ତବ୍ୟ ରଖିବା ସହିତ ଭଦ୍ରକର ଐତିହ୍ୟ ଇତିହାସ କିମ୍ବଦନ୍ତୀ ଓ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ ପୂର୍ବକ ଭଦ୍ରକ ଜିଲ୍ଲା ମହୋତ୍ସବର କର୍ମକର୍ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସୁରରାଣୀ ସୋହିନୀ ମିଶ୍ର , କଣ୍ଠଶିଳ୍ପୀ ମିଟୁ ମାନସ, ସମାଜସେବୀ ସୁଭଦ୍ରା ମିଶ୍ର, ସଙ୍ଗୀତ ଛାତ୍ରୀ ସୀତାରାଣୀ ବେହେରାଙ୍କୁ ଭଦ୍ରକ ଜିଲ୍ଲା ମହୋତ୍ସବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ କାର୍ଯକାରୀ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ ସ୍ୱାଗତ ଭାଷଣ ରଖିଥିବାବେଳେ ସମ୍ପାଦକ ସତ୍ୟଭୂଷଣ ସ୍ୱାମୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଅଥିତିମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଅତିଥି ମାନଙ୍କ ଦ୍ୱାରା କୁନି କୁନି ପିଲାମାନଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଥିଲା। ସଭାରମ୍ଭରେ ସୁଶ୍ରୀ ସୁକନ୍ୟା ମହାନ୍ତି ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ରଶ୍ମିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଶିଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ସନ୍ଧ୍ୟାରେ ସୁରରାଣୀ ସୋହିନୀ ମିଶ୍ରଙ୍କ ଯାଦୁକରୀ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା। ଏମ୍ ଏମ୍ ଡେନ୍ସ ଗ୍ରୁପର କଳାକାରଙ୍କ ନୃତ୍ୟ ପରିବେଷଣ ଓ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଭଦ୍ରକ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ପାଲା, ଦାସକାଠିଆ ଏବଂ ନୃତ୍ୟ ବେଶ୍ ଚିତାକର୍ଷକ ଥିଲା। ଗୀତ ସଙ୍ଗୀତର ନିର୍ଦ୍ଦେଶକ କୁମାର ଗୌତମ ଓ ସାଥୀଙ୍କ ସଙ୍ଗୀତ ନୃତ୍ୟରେ ଦର୍ଶକମାନେ ବିମୋହିତ ହୋଇ ମନଭରି ଉପଭୋଗ କରିଥିଲେ। କମିଟିର ଉପ ସଭାପତି ପ୍ରମୋଦ ରାୟ,ଆବାହକ ଶଶି ଭୂଷଣ ସ୍ୱାମୀ, ସାଂସ୍କୃତିକ ସମ୍ପାଦକ ରଶ୍ମିତା ଦାଶ, ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଂଯୋଜକ ରାଜଲକ୍ଷ୍ମୀ ମହାପାତ୍ର, ଉପ ସଭାନେତ୍ରୀ କଳ୍ପନା ଜେନା, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ତ୍ରିପାଠୀ, ମନସ୍ମିତା ଦାସ, ଦୀପାଲୀ ନାୟକ, ସୁମିତ୍ରା ପାଣି , ଗୋସ୍ୱାମୀ ଅରୂପ ଦାସ, ସୁନିଲ ଦତ ପ୍ରମୁଖଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସମାରୋହ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ନୃତ୍ୟ, ସଙ୍ଗୀତ, ନାଟକ ଭିତିକ ସାଂସ୍କୃତିକ ବିଚିତ୍ରା,ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲୋକ କଳା, ଲୋକ ନୃତ୍ୟ, ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ , ମଂଚ କଳାକାର, ହାସ୍ୟ ଅଭିନେତା, ଅଭିନେତ୍ରୀ, ଯାତ୍ରା କଳାକାର, ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ସମାରୋହରେ ଗତ ୨ତାରିଖରୁ ଆରମ୍ଭ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.