Home ଜିଲ୍ଲା ପରିକ୍ରମା ଚତୁର୍ଦ୍ଦଶ ଭଦ୍ରକ ଜିଲ୍ଲା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ଭଦ୍ରକର ଲୋକ ଜୀବନ ଲୋକ ସାହିତ୍ୟ ଓଡ଼ିଶାର...

ଚତୁର୍ଦ୍ଦଶ ଭଦ୍ରକ ଜିଲ୍ଲା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ଭଦ୍ରକର ଲୋକ ଜୀବନ ଲୋକ ସାହିତ୍ୟ ଓଡ଼ିଶାର ଇତିହାସ ସୃଷ୍ଟି କରିଛି : ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ

26

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁଗେ ଯୁଗେ ଭଦ୍ରକର ଲୋକ ଜୀବନ ଲୋକ ସାହିତ୍ୟ ଓଡ଼ିଶା ତଥା ଭାରତବର୍ଷକୁ ନୂତନ ଦିଗଦର୍ଶନ ଦେଇ ଆସିଛି। ଭଦ୍ରକର ଇତିହାସ, କିମ୍ବଦନ୍ତୀ ସ୍ୱତନ୍ତ୍ର। ଭାରତ ସ୍ୱାଧୀନ ପାଇବା କ୍ଷେତ୍ରରେ ରକ୍ତତୀର୍ଥ ଇରମ, ସହିଦ ସ୍ମୃତି କ୍ଷେତ୍ର ଲୁଣିଆ ଇତିହାସର ସ୍ମାରକୀ ବହନ କରେ। ବୌଦ୍ଧ , ଜୈନ କ୍ଷେତ୍ର ଭଦ୍ରକର ଇତିହାସ ସ୍ୱତନ୍ତ୍ର। ଏଠାରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ବିଶ୍ୱ ଠାକୁର ବାବା ଆଖଣ୍ଡଳ ମଣି, ବିଶ୍ୱ ଦେବୀ ମାଆ ଭଦ୍ରକାଳୀ ଏଠାରେ ପ୍ରତ୍ୟେକ୍ଷ ବିରାଜିତ ବୋଲି ଭଦ୍ରକ ଜିଲ୍ଲା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ କହିଛନ୍ତି।”ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ମଂଚ “ର ” ଭଦ୍ରକର ଲୋକ ଜୀବନ ଲୋକ ସାହିତ୍ୟ “ଶୀର୍ଷକ ଏହି ଆଲୋଚନା ଚକ୍ରରେ ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭାପତିତ୍ୱ କରିଥିବାବେଳେ ଅନ୍ୟତମ ଅତିଥି ଭାବେ ଦୁର୍ଦ୍ଦଶ ଯାତ୍ରା ଖଳ ନାୟକ ଦାମୋଦର ପଣ୍ଡା ଶବ୍ଦଭେଦୀ ନିଛକ ଅଭିନୟ ପ୍ରଦର୍ଶନ କରିଥିବା ବେଳେ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଲବ୍ଧପ୍ରତିଷ୍ଠ ସାହିତ୍ୟିକା ତଥା ସ୍ତମ୍ଭ ଲେଖିକା ପ୍ରିତିଛନ୍ଦା ଧଳ , ସମାଜସେବୀ ମହିଖିତା ମିଶ୍ର, ସାରସ୍ୱତ ସାଧକ ଡକ୍ଟର ଅବନୀ ପ୍ରଧାନ ଭଦ୍ରକର ଐତିହ୍ୟ ଇତିହାସ ଓ କିମ୍ବଦନ୍ତୀ ଉପରେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ କାର୍ଯକାରୀ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ ସ୍ୱାଗତ ଭାଷଣ ରଖିଥିବାବେଳେ ସମ୍ପାଦକ ସତ୍ୟଭୂଷଣ ସ୍ୱାମୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଅଥିତିମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଅତିଥି ମାନଙ୍କ ଦ୍ୱାରା କୁନି କୁନି ପିଲା ମାନଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଥିଲା। ପ୍ରଶାନ୍ତ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଭାତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କମିଟିର ଉପ ସଭାପତି ପ୍ରମୋଦ ରାୟ,ଆବାହକ ଶଶି ଭୂଷଣ ସ୍ୱାମୀ, ସାଂସ୍କୃତିକ ସମ୍ପାଦକ ରଶ୍ମିତା ଦାଶ, ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଂଯୋଜକ ରାଜଲକ୍ଷ୍ମୀ ମହାପାତ୍ର, ଉପ ସଭାନେତ୍ରୀ କଳ୍ପନା ଜେନା, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ତ୍ରିପାଠୀ, ମନସ୍ମିତା ଦାସ, ଦୀପାଲୀ ନାୟକ, ସୁମିତ୍ରା ପାଣି , ସୁନିଲ ଦତ ପ୍ରମୁଖଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସମାରୋହ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ନୃତ୍ୟ, ସଙ୍ଗୀତ, ନାଟକ ଭିତିକ ସାଂସ୍କୃତିକ ବିଚିତ୍ରା,ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲୋକ କଳା, ଲୋକ ନୃତ୍ୟ, ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ , ମଂଚ କଳାକାର, ହାସ୍ୟ ଅଭିନେତା, ଅଭିନେତ୍ରୀ, ଯାତ୍ରା କଳାକାର, ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ସମାରୋହରେ ଗତ ୨ତାରିଖରୁ ଆରମ୍ଭ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.