Home କେନ୍ଦ୍ରାପଡ଼ା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ : ୧, ୩୬, ୬୪ହଜାର ଟଙ୍କା ଜରିମାନା ଆଦାୟ

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ : ୧, ୩୬, ୬୪ହଜାର ଟଙ୍କା ଜରିମାନା ଆଦାୟ

44

କେନ୍ଦ୍ରାପଡ଼ା, ୧୧ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଜିଲ୍ଲା ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୯୭୨ ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିବା ବେଳେ ସେଥିମଧ୍ୟରୁ ୨୬୭ମାମଲାର ଫଇସଲା କରାଯାଇ ୧କୋଟି ୩୬ଲକ୍ଷ ୬୪ହଜାର ୧୦୧ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହା ବ୍ୟତିତ ପ୍ରାକ୍ ବିବାଦ ଜନିତ ୪୭୧୩ଟି ବ୍ୟାଙ୍କ ଋଣ ମାମଲା ମଧ୍ୟରୁ ୧୫୯ଟି ମାମଲାର ଫଇସଲା କରାଯାଇ ୨୩ଲକ୍ଷ ୬୩ହଜାର ୪୮୩ ଟଙ୍କା ବ୍ୟାଙ୍କ ଋଣ ଆଦାୟ କରାଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (ଫାଷ୍ଟଟ୍ରାକ ପୋକ୍ସୋ) ଟି.କେ.ଚିନାରା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଜୟ ପ୍ରଧାନ, ପରିବାର ଅଦାଲତ ଜଜ୍ ବିକାଶ କୁମାର ଦେ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିବସ୍ୱତ ଗୌତମ, ସିଭିଲ କୋର୍ଟ ରେଜିଷ୍ଟ୍ରାର ପୁଣ୍ୟଶ୍ଳୋକ ରଥଙ୍କ ସମେତ ସମସ୍ତ ବିଚାରପତି ଲୋକ ଅଦାଲତ ପରିଚାଳନାରେ ଅଂଶ ଗ୍ରହଣ କରି ନିଜ ନିଜ କୋର୍ଟରେ ଥିବା ମାମଲା ଗୁଡିକର ଫଇସଲା କରିଥିଲେ। ଏହି ଲୋକ ଅଦାଲତରେ କେନ୍ଦ୍ରାପଡା ସମେତ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ଅଦାଲତରେ ମଧ୍ୟ ମାମଲା ବିଚାର କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଲୋକ ଅଦାଲତରେ ପରିବାର ଲୋକ ଅଦାଲତ ଜଜ ବିକାଶ କୁମାର ଦେଙ୍କ ଉଦ୍ୟମରେ ୮ଜଣ ଦମ୍ପତ୍ତିଙ୍କୁ ମିଳାମିଶା କରାଯାଇପାରିଛି। ଏହି ଲୋକ ଅଦାଲତକୁ ପ୍ରାଧିକରଣର ସଚିବ ସଂଗୀତା ପାଣି ଓ ପ୍ରାଧିକରଣର କର୍ମଚାରୀମାନଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.