Home ଜିଲ୍ଲା ପରିକ୍ରମା ଚତୁର୍ଥ ବାର୍ଷିକ ନୃତ୍ୟାଙ୍ଗନା ନୃତ୍ୟ ଓ ସଂଙ୍ଗୀତ ମହୋତ୍ସବ- ୨୦୨୬ ପାଳନ ଓ ନୃତ୍ୟାଙ୍ଗନା ସମ୍ମାନ...

ଚତୁର୍ଥ ବାର୍ଷିକ ନୃତ୍ୟାଙ୍ଗନା ନୃତ୍ୟ ଓ ସଂଙ୍ଗୀତ ମହୋତ୍ସବ- ୨୦୨୬ ପାଳନ ଓ ନୃତ୍ୟାଙ୍ଗନା ସମ୍ମାନ ସମ୍ବର୍ଦ୍ଧନା

2

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୫ନମ୍ବର ୱାର୍ଡ ଅଧିନସ୍ଥ ପଶୁ ମେଡିକାଲ ପଡିଆଠାରେ ଚତୁର୍ଥ ନୃତ୍ୟାଙ୍ଗନା ନୃତ୍ୟ ଓ ସଂଙ୍ଗୀତ ମହୋତ୍ସବ-୨୦୨୬ ପାଳିତ ହୋଇଯାଇଛି। ରବିବାର ଦିନ ୧୦ଟା ୩୦ ମିନିଟ ସମୟରେ କଳାକାର ଚନ୍ଦନ ଶ୍ରୀ ମହାପାତ୍ର ଙ୍କ ସଭା ସଂଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟନୀ ଉତ୍ସବରେ ଧାମନଗର ଥାନା ଅଧିକାରୀ ସୁବ୍ରଜିତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁରେନ୍ଦ୍ର କୁମାର ସେଠୀ ଜାଗୁଳାଇ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,କଳା ଶିକ୍ଷକ ଜିତନ ପଣ୍ଡା ଓ ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ଅଗ୍ରଗତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ ରଖିଥିଲେ। ପ୍ରାରମ୍ଭରେ ନୃତ୍ୟାଙ୍ଗନା ସାଂସ୍କୃତିକ ଟ୍ରଷ୍ଟର ସଭାପତି ଦୀପକ କୁମାର ନାୟକ ଅତିଥି ମାନଙ୍କୁ ମଂଚ ଆମନ୍ତ୍ରଣ ସହିତ ପରିଚୟ ପ୍ରଦାନ କରିଥିଲେ। ପରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଂଙ୍ଗୀତ ନୃତ୍ୟ ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ନୃତ୍ୟାଙ୍ଗନା ସାଂସ୍କୃତିକ ସଂଗଠନ ସଭାପତି ଦୀପକ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଗୁରୁଶ୍ରୀ ଚନ୍ଦନଶ୍ରୀ ମହାପାତ୍ରଙ୍କ ସଂଚାଳନାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ସୁଧାକର ନନ୍ଦ,ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱରର ବିଶିଷ୍ଟ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ଜେନା,ସମ୍ମାନିତ ଅତିଥି ଭାବେ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର ଗୋସ୍ୱାମୀ,ସରୋଜ ମହାପାତ୍ର ସାଂସଦ ନଗର ପ୍ରତିନିଧି,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀ,ଶିକ୍ଷକ ବିଶ୍ୱଜିତ ବାରିକ,ନାରାୟଣ ମହାପାତ୍ର ପ୍ରମୁଖ ଯୋଗ ଦେଇ ଧାମନଗର ହେଉଛି କଳା ଓ ସଂସ୍କୃତି ବଳିଦାନ ଉତ୍ସର୍ଗ ଏବଂ ନୃତ୍ୟ ପରିବେଷଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସାଂସଦ ନଗର ପ୍ରତିନିଧି ସରୋଜ ମହାପାତ୍ର,ଅଧ୍ୟାପିକା ଡ.ହରିପ୍ରିୟା ସେଠୀ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହେମନ୍ଦ୍ର ନାଥ ମହାନ୍ତି, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସେଠୀ,ଚନ୍ଦନ ମହାପାତ୍ରଙ୍କ ସମେତ ନୃତ୍ୟ କଳାକାର ଓ ଚିତ୍ରଶିଳ୍ପୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର,ଉତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଛାତ୍ରଛାତ୍ରୀ,ଅଭିଭାବକ, କଳାକାର,ସମାଜସେବୀ, ବୁଦ୍ଧିଜୀବୀ,ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ। କଳାକାର ଓ ନୃତ୍ୟ ସଂଙ୍ଗୀତ ଶିକ୍ଷକ ଗଣେଶ୍ୱର ସାହୁ, ମିନକେତନ ସାହୁ,ପ୍ରଭୁରଂନ ଉପାଧ୍ୟାୟ,ହରପ୍ରିୟ ଖିଲାର,ଆଲୋକ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ନୃତ୍ୟାଙ୍ଗନା ସାଂସ୍କୃତିକ ସଂଗଠନ ସଭାପତି ଦୀପକ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.