Home ଓଡ଼ିଶା ଚକ ଉପରେ ମୁହାଁଟ ଓ ଦଣ୍ଡା ତିନିରଥରେ ଲଗାଯାଇଛି

ଚକ ଉପରେ ମୁହାଁଟ ଓ ଦଣ୍ଡା ତିନିରଥରେ ଲଗାଯାଇଛି

102

ପୁରୀ, ୩୧/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସ୍ନାନଯାତ୍ରା ଆଉ ୪ଦିନ ବାକି ଥିବାବେଳେ ଏବେ ରଥଖଳା ବେଶ ଚଳଚଂଚଳ ହୋଇଉଠିଛି। ଗତକାଲି ପରମ୍ପରା ଅନୁଯାୟୀ ତିନିରଥରେ ୨୧ଟି ଅଖ ସହ ୪୨ଟି ଚକ ସଂଯୋଗ କରାଯାଇଥିଲା। ଆଜି ଚକ ଉପରେ ମୁହାଁଟ ଓ ଦଣ୍ଡା ତିନିରଥରେ ଲଗାଯାଇଛି। ଅନ୍ୟପକ୍ଷରେ ପରମ୍ପରା ଅନୁଯାୟୀ ସ୍ନାନପୂର୍ଣ୍ଣମୀ ଦିନ ତିନିରଥରେ ଚାରିନାହାକା ଉଠିବାର ବିଧି ରହିଥିବାରୁ ସେଥିପାଇଁ ଏବେ ମହାରଣା ଓ ଭୋଇ ସେବାୟତମାନେ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟାନ୍ୟ କାମ ମଧ୍ୟରେ ମହାରଣାମାନେ ଭୂଇଁ ଚଉଡା କାଠରେ ସାଲ ସହ ସେଥିରେ ବିନ୍ଧ କରୁଛନ୍ତି। ରୂପକାରମାନେ ନାଟଗୋଡରେ ରାହୁମୂର୍ତି ଖୋଦେଇ କରୁଛନ୍ତି। ସେହିପରି ତିନିରଥ ପାଇଁ ଦଣ୍ଡା ପ୍ରସ୍ତୁତ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.