Home ଅପରାଧ ଚକ୍ରଧରପୁର ଗ୍ରାମରେ ପୋଖରୀ ଉନ୍ନତିକରଣ ନାମରେ ଲକ୍ଷାଧିକ ଟଙ୍କା ଚଳୁ

ଚକ୍ରଧରପୁର ଗ୍ରାମରେ ପୋଖରୀ ଉନ୍ନତିକରଣ ନାମରେ ଲକ୍ଷାଧିକ ଟଙ୍କା ଚଳୁ

134

ହରିଚନ୍ଦନପୁର, ତା ୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମନୋହରପୁର ପଞ୍ଚାୟତ ଚକ୍ରଧରପୁର ଠାରେ ପୋଖରୀ ଉନ୍ନତିକରଣ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ୪ର୍ଥ ଅର୍ଥ କମିଶନ ନାମରେ ରାଜସ୍ବରୁ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ଉନ୍ନତିକରଣର କାର୍ଯ୍ୟାଦେଶ ହୋଇଥିଲା । ହେଲେ ସେଥିରୁ ଅତିବେଶୀରେ ୧ଲକ୍ଷ ଟଙ୍କା ଖର୍ଚ୍ଚରେ କାର୍ଯ୍ୟ କରି ଠିକାଦାର ଅବଶିଷ୍ଟାଂଶ ଟଙ୍କାକୁ ହରିଲୁଟ କରିଥିବା ଆରଟିଆଇ ରିପୋର୍ଟ କହୁଛି । ମୁଖ୍ୟ କଥା ଉନ୍ନତିକରଣ ଅନୁଦାନର ମାତ୍ର କିଛି ଦିନ ପୂର୍ବେ ଉକ୍ତ ପୋଖରୀ ନାମରେ ଏନ୍ଆରଜିଏସରୁ ୨ଲକ୍ଷ ୫୦ହଜାର ଟଙ୍କାର କାର୍ଯ୍ୟ ମେସିନ୍ ସାହାର୍ଯ୍ୟରେ ହୋଇଥିଲା । ସେହି କାର୍ଯ୍ୟର ଅଳ୍ପକିଛି ଦିନ ମଧ୍ୟରେ ଆଦର୍ଶ ପୋଖରୀ ନାମରେ ରାଜସ୍ବରୁ ୧୦ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରି ସମସ୍ତ ଟଙ୍କାକୁ ହରିଲୁଟ କରିଥିବାର ତଥ୍ୟ ଏବେ ପଦାକୁ ଆସିଛି । ଗ୍ରାମର ସରପଞ୍ଚ, ଜିଆରଏସ୍ ଓ କେତେକ ଶାସକ ଦଳର କର୍ମୀ ଲାଭବାନ ହେବା ଆଶାରେ ଏହି ପୋଖରୀ ଉନ୍ନତିକରଣର ମିଥ୍ୟା ତଥ୍ୟ ଦର୍ଶାଇ ଏକ ସୂଚନା ଫଳକରେ ଲିପିବଦ୍ଧ କରି ଅନୁଦାନର ସବୁ ଟଙ୍କାଙ୍କୁ ହରିଲୁଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମର ମହିଳା ସଙ୍ଗଠନ ପକ୍ଷରୁ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପାଖରେ ଲିଖିତ ସହ ମୌଖିକ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ସୁଫଳ ପାଇନଥିବାକୁ ନେଇ ଦିନକୁଦିନ ଅସନ୍ତୋଷ ବୃଦ୍ଧି ପାଉଛି । ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ନ୍ୟାୟରୁ ବଞ୍ଚିତ ହେବାପରେ କିଛି ଉପାୟ ନପାଇ ବ୍ଲକର ବିଜେପି କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ସତ୍ୟତା ଜାଣିବା ପାଇଁ ବିଜେପିର କର୍ମକର୍ତ୍ତା ସରକାରଙ୍କ ସୂଚନା ଅଧିକାର ଆଇନରେ ଘଟଣାର ସତ୍ୟତା ପ୍ରମାଣପତ୍ର ନିମନ୍ତେ ଆବେଦନ କରିଥିଲେ । ସତ୍ୟତା ସମ୍ପର୍କରେ ଜାଣିବା ପରେ ବିଜେପିର ଏକ ଦଳ ଘଟଣାର ସରଜମିନ ତଦନ୍ତ ପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.