Home କେନ୍ଦୁଝର ଚକି ଖେଳୁଥିବା ବେଳେ ପଡ଼ିଆରେ ପଡ଼ିଯାଇ ବାଳକ ଗୁରୁତର

ଚକି ଖେଳୁଥିବା ବେଳେ ପଡ଼ିଆରେ ପଡ଼ିଯାଇ ବାଳକ ଗୁରୁତର

39

ହରିଚନ୍ଦନପୁର,ତା ୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡପଳାଶପାଳ ଗ୍ରାମ ନିକଟସ୍ଥ ପଡ଼ିଆରେ ଚକି ଖେଳୁଥିବା ବେଳେ ଜଣେ ବାଳକ ପଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁଯାୟୀ ଗ୍ରାମର ଯୁଧିଷ୍ଠିର ପାତ୍ରଙ୍କ ପୁଅ ରାହୁଲ ପାତ୍ର(୧୨) ଗ୍ରାମର କିଛି ବାଳକଙ୍କ ସାଙ୍ଗରେ ଶୁକ୍ରବାର ଅପରାହ୍ନ ସମୟରେ ଚକି ଖେଳୁଥିଲେ । ଖେଳୁଥିବା ସମୟରେ ଜଣେ ସାଙ୍ଗଙ୍କ ସହ ଧକ୍କା ହୋଇ ହଠାତ୍ ତଳେ ପଡିଯାଇଥିଲେ, ଫଳରେ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଯାଇଥିଲେ । ଘଟଣା ଦେଖି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ଅଟୋରିକ୍ସା ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ସ୍ବାସ୍ଥ୍ୟ କେନ୍ଦ୍ରର ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ରାଜେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.