Home ଜିଲ୍ଲା ପରିକ୍ରମା ଘେଂଟଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନଲାଇନ ସଚେତନତା କାର୍ଯ୍ୟକ୍ରମ

ଘେଂଟଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନଲାଇନ ସଚେତନତା କାର୍ଯ୍ୟକ୍ରମ

16

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଧିନ ଘେଂଟଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନ ଲାଇନ ସଚେତନତା ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ସ୍ୱଭାଗୃହରେ ଅଧ୍ୟକ୍ଷ ପ୍ରାଧ୍ୟାପକ ନିରଞ୍ଜନ ନାଥଙ୍କ ସଭାପତିତ୍ୱରେ ଓ ବରିଷ୍ଠ ଅଧ୍ୟାପିକା କବୀ ସଂଯୁକ୍ତା ଭାରତୀଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି, ଶିକ୍ଷାବିତ ଲକ୍ଷ୍ମୀଧର ମହାପାତ୍ର ମୁଖ୍ୟବକ୍ତା, ସମାଜସେବୀ ଗୋପବନ୍ଧୁ ଦାସ ଓ ଶିକ୍ଷାବିତ ଅତୁଲ କୁମାର ପରିଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନାମଲେଖା ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧ୍ୟାପକ ମୃତ୍ୟୁଞ୍ଜୟ ଦାସ ସରକାରଙ୍କ ଦ୍ୱାରା ଏବର୍ଷ ପାଇଁ ପରିବର୍ତିତ ନୀତି ନିୟମ ସମ୍ପର୍କରେ ଦୀର୍ଘ ସମୟ ଆଲୋଚନା କରି ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ସଚେତନ କରାଇଥିଲେ। ଏହି ଉତ୍ସବରେ ଏ ଅଂଚଳର ବରିଷ୍ଠ ସମାଜସେବୀ ସୋମନାଥ ପଟ୍ଟନାୟକ, ବାୟା ଆଚାର୍ଯ୍ୟ,ଯୁବ ସାମ୍ବାଦିକ ନିଶିକାନ୍ତ ବେହେରା ଶଙ୍କର୍ଷଣ ମହାଳିକ, ଅଧ୍ୟାପକ ବବ୍ରୁବାହନ ଖିଲାର, ଦୀପକ କୁମାର ସାହୁ, ତିମିର ବରଣ ଦାସ, ଗୌତମ ମହାରଣା, ଅଧ୍ୟାପିକା ମାନସୀ ମହାଳିକ ପ୍ରମୁଖ ଯୋଗଦେଇ ଥିଲେ।ଚଳିତ ବର୍ଷ +୨ କାଉନସିଲ ପରୀକ୍ଷାରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ସ୍ୱାତୀ ଅବିନ୍ଦିତା ସାମଲ, ଆୟୁଷ ରଞ୍ଜନ ସାହୁ ଓ ମୋନାଲିସା ଜେନାଙ୍କୁ ମହାବିଦ୍ୟାଳୟ ଓ ବରିଷ୍ଠ ନାଗରିକ ସଙ୍ଘ ତରଫରୁ ଘଂଟା, ପୁସ୍ତକ ଉତରୀୟ ଓ ଫୁଲତୋଡ଼ା ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା। କ୍ରୀଡା ପ୍ରଶିକ୍ଷକ ରାଜକିଶୋର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.