ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନକୁ ଦିନ ଘେଂଟଶ୍ୱର ଅଂଚଳ ଅଶାନ୍ତ ହେବାରେ ଲାଗିଛି। ପୁଲିସ ଆଖିରେ ଧୂଳିଦେଇ ଦୃବୁର୍ତ ମାନେ ଚୋରି ସାଙ୍ଗକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ସୂଚନା ମୁତାବକ ଗତକାଲି ବାଂଶଡା ଥାନା ଅଧିନସ୍ଥ ଗୋପୀନାଥପୁର ପଂଚାୟତ ବାଲିପଦା ଗ୍ରାମରେ ସୁରେନ୍ଦ୍ର ବିଶ୍ୱାଳ ନାମକ ବ୍ୟକ୍ତି ନିଜ ଘର ବାଲିପଦା କୁ ଯାଉଥିବା ବେଳେ ଘେଂଟଶ୍ୱର ଫାଣ୍ଡି ଠାରୁ ମାତ୍ର ୨ଶହ ମିଟର ଦୂରରେ କିଛି ଅଜଣା ଯୁବକ ମାନେ ବାଇକ ରେ ଆସି ସୁରେନ୍ଦ୍ର ବିଶ୍ୱାଳ କୁ ମାଡ ମାରି ପାଖେଇ ଥିବା ୫ଲକ୍ଷ ଟଙ୍କା ସହ,୫୦୦ଗ୍ରାମ ର ସୁନା ଏବଂ ୨କେଜି ରୁପା ନେଇ ଯିବା ସହିତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାକୁ ପଛାଇ ନଥିଲେ।ସମ୍ପୃକ୍ତ ସୁନା ବ୍ୟବସାୟୀ ଙ୍କ ଚିତ୍କାର ଶୁଣି ଅଂଚଳ ବାସି ସେଠାରେ ପହଂଚି ବାରୁ ଦୃବୁର୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ବାଂଶଡା ପୁଲିସ ଏବଂ ଘେଂଟଶ୍ୱର ଫାଣ୍ଡି ଅଧିକାରୀ ଘେଂଟଶ୍ୱର ବଜାର ମଧ୍ୟରେ ଲାଗିଥିବା ସି ସି ଟି ଭି ଫୁଟେଜ ଯାଂଚ କରିଛି, ଖୁବ ଶୀଘ୍ର ଆସାମୀ ମାନଙ୍କୁ ଧରା ହେବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି।