Home Top News ଘାଟୀରୁ ଖସିଲା ବସ୍: ୭ ମୃତ, ୪୫ ଆହତ – ବିବାହ ମହୋତ୍ସବକୁ ଯାଉଥିଲା ବସ୍

ଘାଟୀରୁ ଖସିଲା ବସ୍: ୭ ମୃତ, ୪୫ ଆହତ – ବିବାହ ମହୋତ୍ସବକୁ ଯାଉଥିଲା ବସ୍

27

ଆନ୍ଧ୍ରପ୍ରଦେଶ ୨୭-୩ (ଓଡ଼ିଆ ପୁଅ) ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ଭକରପେଟରେ ଶନିବାର ରାତି ପ୍ରାୟ ୧୧.୩୦ ସମୟରେ ଏକ ବସ୍ ଘାଟୀରୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାକରପେଟ ତିରୁପତି ମନ୍ଦିରଟାରୁ ମାତ୍ର ୨୫ କିଲୋମିଟର ଦୂରରେ ଅବସ୍ଥିତ।

ତିରୁପତି ପୋଲିସ ଅଧୀକ୍ଷକ ଗଣମାଧ୍ୟମକୁ କହିଛନ୍ତି ଯେ, ଡ୍ରାଇଭରଙ୍କ ଅବହେଳା ହେତୁ ବସଟି ଖସିପଡିବାରୁ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବେସରକାରୀ ବସ୍ ଟି ଅନନ୍ତପୁର ଜିଲ୍ଲାର ଧର୍ମରାମରୁ ୫୨ ଜଣଙ୍କୁ ନେଇ ଚିତ୍ତୋର ଟାଉନ ନିକଟ ଏକ ଗାଁରେ ବିବାହ ଉତ୍ସବକୁ ଯାଉଥିଲା। ବସ୍ ଘାଟୀ ରାସ୍ତାରେ ଯାଉଥିବା ସମୟରେ ଖସିପଡିଥିଲା। ପୋଲିସ, ଉଦ୍ଧାରକାରୀ ଦଳ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅବଶ୍ୟ, ଘାଟୀ ୫୦ ଫୁଟ ଗଭୀର ହୋଇଥିବାରୁ ଅନ୍ଧାରରେ ଅପରେସନ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସକାଳେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.