ଭଦ୍ରକ, ୧୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଜଣେ ବ୍ୟକ୍ତି ତାର ପାଇଖାନା ପାଣି ଜଣଙ୍କ ଘର ସାମ୍ନା ଦେଇ ଗଡିଅ।।କୁ ଛାଡିବା ଦ୍ୱାରା ସେ ଦୁର୍ଗନ୍ଧରେ ରହିନପାରି ତାହା ବନ୍ଦ କରିବା ନେଇ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି । ତିହିଡି ଥାନା ଅଧୀନସ୍ଥ ଦୋଳମାଳି ଗ୍ରାମର ଉପେନ୍ଦ୍ର ପ୍ରସାଦ ବେହେରାଙ୍କ ପତ୍ନୀ ଶାନ୍ତିଲତା ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ଅନୁସାରେ ତାଙ୍କ ଗ୍ରାମର ପଡୋଶୀ ଭାସ୍କର ବେହେରା ଜୋର ଜବରଦସ୍ତ ଶାନ୍ତିଲତାଙ୍କ ଘର ସାମ୍ନାରେ ପାଇଖାନା ପାଣି ଗଡିଆକୁ ଛାଡୁଛନ୍ତି । ତାହା ଦୁର୍ଗନ୍ଧ ହେଉଥିବାରୁ ଶାନ୍ତିଲତା ରହିପାରୁନାହାଁନ୍ତି । ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପଡି ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ନେଇ ଶାନ୍ତିଲତା ପଡୋଶୀ ଭାସ୍କରଙ୍କୁ ପ୍ରତିବାଦ କରିବାରୁ ସେ ଓଲଟି ତାଙ୍କୁ ତାଙ୍କ ପୁଅ ପୁଲିସ୍ରେ ଥାଇ କହି ମିଥ୍ୟା କେଶ୍ରେ ଜେଲ୍ରେ ପୁରାଇ ଦେବାକୁ ଧମକ ଦେଉଛି । ଶାନ୍ତିଲତା ବାଧ୍ୟହୋଇ ଆଇନ୍ ର ଆଶ୍ରୟ ନେଲେ ଏବଂ କୋର୍ଟ ମଧ୍ୟ ଅର୍ଡର ଦେଲା । କିନ୍ତୁ ପୁଲିସ୍ ଓ ତହସିଲଦାର କେହି କୌଣସି କଥାକୁ କର୍ଣ୍ଣପାତ କଲେନାହିଁ ବୋଲି ଅଭିଯୋଗ କରିଛନ୍ତି ଶାନ୍ତିଲତା । ଶେଷରେ ଶାନ୍ତିଲତା ନିରୁପାୟ ହୋଇ ତାଙ୍କ ଘର ସାମ୍ନା ଦେଇ ପାଇଖାନା ପାଣି ନଛାଡିବା ନେଇ ଜିଲାପାଳଙ୍କୁ ଅଭିଯୋଗ ମାଧ୍ୟମରେ ଅନୁରୋଧ କରିଛନ୍ତି ।