ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ର କରଦା ପଂଚାୟତ କରଦା ଗ୍ରାମ ସୂତାର ସାହି ରେ ବାସୁଦେବ ସୂତାର ଓ ମହେନ୍ଦ୍ର ସୂତାର ଙ୍କ ତିନି ବଖରା ବାସଗୃହ ସୋମବାର ଦିନ ୨ ସମୟରେ ସମ୍ପୂର୍ଣ ଭାବରେ ନିଆ ଲାଗି ଭସ୍ମୀଭୂତ ହୋଇ ଯାଇଛି। ନିଆଁ ଲାଗିବାର କାରଣ ଜଣା ପଡ଼ିନାହିଁ। ବାସଗୃହ ଭିତରେ ଲକ୍ଷାଧିକ ସାମଗ୍ରୀ ପୋଡ଼ି ନଷ୍ଟ ହେଇ ଯାଇଛି।ଖବରପାଇ ଗ୍ରାମବାସୀ ଓ ଦମକଳ ବାହିନୀ ଆସି ନିଆଁ କୁ ଲିଭାଇ ଥିଲେ।ତେବେ ବିପନ୍ନ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ପ୍ରଶାସନ ଙ୍କ ନିକଟରେ ଦାବି କରିଛନ୍ତି।