Home କେନ୍ଦୁଝର ଘର ଖାଦ୍ୟ ଦେବାକୁ ଯାଇ ଫସିଲେ, ପୁଲିସ ଦ୍ୱାରା ଅଟକ

ଘର ଖାଦ୍ୟ ଦେବାକୁ ଯାଇ ଫସିଲେ, ପୁଲିସ ଦ୍ୱାରା ଅଟକ

412

ହାଟଡିହି- ୧୧ /୫/ କ୍ୱାରେଣ୍ଟାଇନରେ ରହିଥିବା ସମ୍ପର୍କୀୟଙ୍କୁ ସୁସ୍ୱାଦୁ ଖାଦ୍ୟ ଦେବାକୁଯାଇ ଦୁଇଜଣ ପୁଲିସ ଦ୍ୱାରା ଅଟକ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ଜଣାଯାଇଛି ଯେ ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ଟି.ଏମ. ଏକାଡେମି ହାଇସ୍କୁଲରେ ଖୋଲାଯାଇଛି କ୍ୱାରେଣ୍ଟାଇନ ସେଣ୍ଟର । ଏଥିରେ ସୁରଟ ଓ ବାହାର ରାଜ୍ୟର ଫେରନ୍ତା କିଛି ଯୁବକ ରହିଛନ୍ତି । ସେମାନଙ୍କ ସହ ପରିବାର ଲୋକେ ମିଶୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଗତକାଲି ସେମାନଙ୍କ ମଧ୍ୟରୁ କିଛି ଯୁବକଙ୍କ ପାଇଁ ଘର ଲୋକମାନେ ଗରମ ପାଣି , ଆଚାର ଓ ଖଟା ଆଦି ଆଣି ଦେଉଥିଲେ । ଏ ଖବର ପାଇବାପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଦିଲ୍ଲିପ କୁମାର ବାଗଙ୍କ ନେତୃତ୍ୱରେ ନନ୍ଦିପଦା ପୁଲିସ ଗତକାଲି ରାତିରେ ଖାଦ୍ୟ ଓ ଗରମପାଣି ଯୋଗାଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ଘରୁ ଉଠାଇ ଆଣି ଥାନାରେ ଅଟକ ରଖିଛି । ଏହି କ୍ୱାରେଣ୍ଟାଇନ ସେଣ୍ଟରେ ସୁରଟ ଫେରନ୍ତା ୪ଜଣ ଓ ଜଗତସିଂପୁର ଫେରନ୍ତା ୨ଜଣ ଅଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି । ସରପଞ୍ଚ ହିସି ହେମ୍ରମ ନିଜେ ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ପୁଲିସ ପକ୍ଷରୁ ଏଠାରେ ଦିନ ରାତି ଜଗିବାର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.