Home ଓଡ଼ିଶା ଘର କାମରେ ଥିବା ଯୁବତୀଙ୍କୁ ଦୁଷ୍କର୍ମ କଲେ ପୁଲିସ ବାବୁ

ଘର କାମରେ ଥିବା ଯୁବତୀଙ୍କୁ ଦୁଷ୍କର୍ମ କଲେ ପୁଲିସ ବାବୁ

510

କନ୍ଧମାଳ,୧୬/୦୯,(ଓଡ଼ିଆ ପୁଅ ପି ନାଏକ): ପୁଣି ପୋଲିସ ଖାକିରେ ଲାଗିଛି ଦାଗ । କାମ କରାଇବା ବାହାନାରେ ଜଣେ ଯୁବତୀଙ୍କୁ ପିଏସ୍‌ଓ (PSO) ନିଜ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲାରୁ ଆସିଛି । ଯାହା ଏବେ ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।

ପୀଡ଼ିତା ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡ଼ିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।

ଘଟଣାଟି କିଛି ଏପରି ଘଟିଥିଲା । କନ୍ଧମାଳ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଜଣେ ପିଏସ୍‌ଓ ପପୁ (ଛଦ୍ମନାମ) ନିଜ ଘର କାମରେ ଜଣେ ଯୁବତୀଙ୍କୁ ନିୟୋଜିତ କରିଥିଲେ । ତାଙ୍କ ଘରେ ରହିବ ସମୟରେ ପପୁ ସମ୍ପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଏପରିକି ତାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଯାହାଫଳରେ ଯୁବତୀ ଜଣକ ବର୍ତ୍ତମାନ ୩ରୁ ୪ ମାସର ଗର୍ଭବତୀ ରହିଛନ୍ତି ।

ପୀଡ଼ିତାଙ୍କ ମାଆ ଆଜି ଏନେଇ ଖଜୁରୀପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏପରିକି PSO ପପୁ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଏତଲାରେ ଉଲ୍ଲେଖ ରହିଛି । ପୁଲିସ ଅଭିଯୋଗକୁ ଭିତ୍ତିକରି ପୀଡିତାର ଡାକ୍ତରୀ ମାଇନା କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.