Home ଜିଲ୍ଲା ପରିକ୍ରମା ଘରୋଇ ମେସ୍ ବାଥରୁମ୍‌ରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘରୋଇ ମେସ୍ ବାଥରୁମ୍‌ରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

10

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଗେଟ୍ ନିକଟରେ ଥିବା ଏକ ଘରୋଇ ମେସରେ +୩ ପ୍ରଥମ ବର୍ଷର ଛାତ୍ରୀ ବାଥରୁମ୍‌ରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ବିଷୟ ସହରରେ ଚର୍ଚ୍ଚରେ ବିଷୟ ହୋଇଛି । ପ୍ରାପ୍ତ ଅନୁସାରେ ମୃତ ଛାତ୍ରୀ ଜଣଙ୍କ ବାସୁଦେବପୁର ଥାନା ଲୁଙ୍ଗା ଅଂଚଳର ପୁଷ୍ପାରାଣୀ ମଲ୍ଲିକ । ସେ ଭଦ୍ରକ କଲେଜରେ ଯୁକ୍ତ ୩ରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ସୋମବାର ଦିନ ଗାଁରୁ ଫେରିଥିଲେ । ମଙ୍ଗଳବାର ସକାଳୁ କ୍ଲାସକୁ ଯାଇଥିଲେ । କ୍ଲାସରୁ ଫେରି ରୁମ୍‌ରେ ଥିଲେ । ଏହାପରେ ରୁମ୍ ପାଖରେ ଥିବା ଛାତ୍ରୀଙ୍କ ମତରେ, ଦୁଇ ଜଣ ସାଥୀ ତାଙ୍କୁ ଭେଟିବା ପାଇଁ ଆସିଥିଲେ । ପୁଷ୍ପା ବାଥ୍ ରୁମ୍ ଯାଇଥିଲେ । ଭିତର ପଟୁ କବାଟ ବନ୍ଦନଥିଲା । ବହୁ ସମୟ ଧରି ନଆସିବାରୁ ବାଧ୍ୟ ହୋଇ କବାଟ ଖୋଲିଥିଲେ । ହେଲେ ସେତେବେଳକୁ ପୁଷ୍ପାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଓ ସହରାଂଚଳ ଥାନାଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ଏହି ଘଟଣା ପଛରେ ପ୍ରେମ ସଂପର୍କ ରହିଥିବା ବିଷୟ ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅନ୍ୟପଟେ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି ପୁଲିସ୍ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.