Home ଜିଲ୍ଲା ପରିକ୍ରମା ଘରୋଇ ଫାଇନାନନ୍ସ କମ୍ପାନୀ ଫିଲ୍ଡ ଅଫିସରଙ୍କୁ ଆକ୍ରମଣ, ମହିଳା ଗିରଫ

ଘରୋଇ ଫାଇନାନନ୍ସ କମ୍ପାନୀ ଫିଲ୍ଡ ଅଫିସରଙ୍କୁ ଆକ୍ରମଣ, ମହିଳା ଗିରଫ

23

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଟାଉନରେ ଥିବା ଏକ ଘରୋଇ ଫାଇନାନ୍‌ସ କମ୍ପାନୀର ଫିଲ୍ଡ ଅଫିସରଙ୍କୁ ଆକ୍ରମଣ ଓ ହତ୍ୟା ଉଦ୍ୟମ କରି ଜଣେ ମହିଳା ଗିରଫ ହୋଇଥିବା ଜଣାପଡ଼ିଛି । ପୁଲିସ ଏ ସମ୍ପର୍କରେ ୩୫୨/୨୪ରେ ଏକ ମକଦ୍ଦମା ରୁଜୁ କରି ଗୁଆମାଳ ପଂଚାୟତ ଅଧୀନ ମୋଡ଼ସାହି ଗ୍ରାମର ମାଳତୀ ଜେନା ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗରୁ ପ୍ରକାଶ ଯେ, ଯାଜପୁର ଟାଉନ ଥାନା ଅଧୀନ ଆଙ୍କୁଳା ଗ୍ରାମର ଗୀତାଞ୍ଜଳି ନାୟକ ‘ସ୍ୱତନ୍ତ୍ର ମାଇକ୍ରୋଫନିକ୍ ପ୍ରାଇଭେଟ ଲିମିଟେଡ଼’ କମ୍ପାନୀର ଫିଲ୍ଡ ଅଫିସର ରୂପେ କାର୍ଯ୍ୟ କରନ୍ତି । ଗତ ୨୭ତାରିଖ ଅପରାହ୍ନରେ ଗୀତାଞ୍ଜଳି କମ୍ପାନୀ ଅର୍ଥ ଲଗାଣ କରିଥିବା କିସ୍ତି ଅଦାୟ କରିବାକୁ ମୋଡସାହି ଗ୍ରାମର ଚକ୍ରଧର ଜେନାଙ୍କ ଘରକୁ ଯାଇଥିଲେ । କମ୍ପାନୀରୁ ଅର୍ଥ ଆଣିଥିବା ଚକ୍ରଧରଙ୍କ ସ୍ତ୍ରୀ ମାଳତୀ ଏବଂ ତାଙ୍କ ୩ ଝିଅ ଫିଲ୍ଡି ଅଫିସର ଗୀତାଞ୍ଜଳିଙ୍କୁ ଗାଳିଗୁଲଜ କରିବା ସହ ଏକ ଘର ଭିତରେ ବନ୍ଦ କରି ରଖିଥିଲେ । ସେମାନେ ଗୀତାଞ୍ଜଳିଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗଳା ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ କିଛି ଲୋକ ଗୀତାଞ୍ଜକିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାରେ ଭର୍ତି କରିଥିଲେ । ପରେ ଗୀତାଞ୍ଜଳି ତିହିଡି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.