Home ଓଡ଼ିଶା ଘରୋଇ ଗାଡିରେ ବତିଲଗାଇ ବ୍ୟବହାର କରିବା – ଆଇଆଇସିଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ...

ଘରୋଇ ଗାଡିରେ ବତିଲଗାଇ ବ୍ୟବହାର କରିବା – ଆଇଆଇସିଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା

474

ଯାଜପୁର୨୧ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ଗତକାଲି ନିଲମ୍ବିତ କରାଯିବା ପରେ ତାଙ୍କ ବିରୋଧରେ ବଡ଼ଚଣା ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିବା ଯାଜପୁର ଏସପି ଟ୍ବିଟ୍‌ଯୋଗେ ସୂଚନା ଦେଇଛନ୍ତି। (Badachana PS 87/20 U/S-166/166(A)/171IPC has been registered Against D.K.Jena ExIIC, Badachana) ରେ ମାମଲା ରୁଜୁ ହୋଇଛି। ବଡ଼ଚଣା ବଡ଼ ଥାନାବାବୁ ଏକ ଘରୋଇ ଗାଡ଼ିରେ ଅରେଞ୍ଜ ବତି ଲଗାଇ ପୁରୀ ଯାଇଥିଲେ। ସୂଚନାମତେ ଏହି ଗାଡ଼ିଟି ହେଉଛି ଜଣେ ବ୍ୟକ୍ତିଙ୍କର। କିଛିଦିନ ତଳେ କିଛି ଦୁର୍ବୃତ୍ତ ଡରାଇ ଧମକାଇ ଏହି ଗାଡ଼ିଟିକୁ ତାଙ୍କଠାରୁ ଛଡ଼ାଇ ନେଇଥିଲେ। ପରେ ବଡ଼ଚଣା ପୋଲିସ୍ ଏହାକୁ ଉଦ୍ଧାରକରିଥିଲା କିନ୍ତୁ ଏହାକୁ ଗାଡ଼ି ମାଲିକଙ୍କୁ ଲକଡାଉନ ଆଳ ଦେଖାଇ ଦେଇନଥିଲା। ତେବେ ଘରୋଇ ଗାଡିରେ ଅରେଞ୍ଜ ବତି ଲଗାଇ ପୁରୀ ଯାଇ ତାଲାବନ୍ଦ ସତ୍ତ୍ୱେ ପରିବାର ସହ ଶ୍ରୀମନ୍ଦିର ଦର୍ଶନ କରିଥିଲେ ଏହି ଥାନାବାବୁ ଦୀପକ ଜେନା। ଏବେ ତାଙ୍କ ନାଁରେ ରୁଜୁ ହେଇଗଲା ଆଉ ଏକ ମାମଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.