Home ଜିଲ୍ଲା ପରିକ୍ରମା ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍...

ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଜାରି

51

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଆରଡି ଫାଣ୍ଡି ଅଧୀନସ୍ଥ ନାନ୍ଦପୁର କୋଇଲିଖା ଗାଁର ଜୟଚନ୍ଦ୍ର ରାୟଙ୍କ ଘରେ ପଶି ଜୟଚନ୍ଦ୍ରଙ୍କ ଘରେ ଭଡା ନେଇ ରହୁଥିବା ଶିକ୍ଷୟିତ୍ରୀ ମାଧୁରୀ ପରିଡାଙ୍କୁ ଛୁରା ଦେଖାଇ ନଗଦ ୨୫ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ। ଏପରି ଘଟଣା ବାବଦରେ ଗାଁ ଲୋକଙ୍କୁ ଫୋନ୍ ଯୋଗେ ଡାକିଥିଲେ ମଧ୍ୟ ଦୃର୍ବୁତ୍ତ ଅତି ଚଂଚକତାର ସହ ସମସ୍ତ ଟଙ୍କା ଓ ସୁନା ନେଇ ପଳାଇଥିଲେ। ଏପରି ଘଟଣାରେ ଆରଡି ଫାଣ୍ଡିରେ ଏତଲା ଦିଆଯିବା ପରେ ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରାଯିବା ସହ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଦ୍ୱାରା ଛାନଭିନ୍ କରାଯାଇଥିଲା। ଏପରିକି ଫାଣ୍ଡି ଅଧିକାରୀ ଶ୍ରୀ ମଲଙ୍କ କହିବା ଅନୁଯାୟୀ ଘଟଣାର ତଦନ୍ତ ଜାରି ରହିଛି, ଖୁବ୍‌ଶୀଘ୍ର ଦୃବୁର୍ତ୍ତଙ୍କୁ ଧରାଯିବା ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.