Home କେନ୍ଦ୍ରାପଡ଼ା ଘରେ ପଶି କଳାକନା ବୁଲାଇଲେ ଚୋର : ନଗଦ ଟଙ୍କା ସମେତ ସୁନା ଅଳଙ୍କାର ଚୋରୀ

ଘରେ ପଶି କଳାକନା ବୁଲାଇଲେ ଚୋର : ନଗଦ ଟଙ୍କା ସମେତ ସୁନା ଅଳଙ୍କାର ଚୋରୀ

45

କେନ୍ଦ୍ରାପଡ଼ା ୧୩ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜୁଇଦାସପୁର ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘରେ କେହିନଥିବାର ସୁଯୋଗରେ ଚୋର ପଶି କଳାକନା ବୁଲାଇ ଦେଇଛନ୍ତି। ସେହି ଗ୍ରାମର ମନୋଜ କୁମାର ବାରିକ ପରିବାର ସହିତ ତାଙ୍କ ଚାକିରୀ ସ୍ଥାନରେ ରୁହନ୍ତି। ତେଣୁ ତାଙ୍କ ଦୁଇ ମହଲା ବିଶିଷ୍ଟ ଘରଟି ଦୀର୍ଘଦିନ ହେବ ତାଲାପଡି ରହିଛି। ତେଣୁ ସେହି ଘରେ କେହି ରହୁନଥିବାର ସୁଯୋଗ ନେଇ ଶନିବାର ରାତିରେ ଦୁର୍ବୁତ କବାଟ ଭାଙ୍ଗି ଘରେ ପଶି ଆଲମାରିରେ ଥିବା ୧୪୪ଗ୍ରାମ ଓଜନର ସୁନା ଗହଣା ସମେତ ନଗଦ ଟଙ୍କା ଚୋରୀ କରିନେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ପଡୋଶୀଙ୍କ ଠାରୁ ଖବର ପାଇ ମନୋଜ ଗ୍ରାମରେ ପହଞ୍ଚି ଦେଖନ୍ତି ତ ଘର ଭିତରେ ଥିବା ଆଲମାରୀ ଓ ବାକ୍ସ ତଡାଯାଇଥିବା ବେଳେ ସମସ୍ତ ଜିନିଷପତ୍ର ବିକ୍ଷିପ୍ତ ଭାବେ ଏଣେ ତେଣେ ପଡିଛି। କିନ୍ତୁ ନଗଦ ଟଙ୍କା ଓ ସୁନା ଗହଣା ବ୍ୟତିତ ଅନ୍ୟ ଆସବାବପତ୍ର ସୁରକ୍ଷିତ ଥିବା ମନୋଜ କହିଛନ୍ତି। ସଦର ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଥିବା ଥାନା ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.