Home ଅପରାଧ ଘରୁ ମହିଳାଙ୍କ ମୃତଦେହ ଜବତ କଲା ପୁଲିସ, ହତ୍ୟା ମାମଲା ଋଜୁ

ଘରୁ ମହିଳାଙ୍କ ମୃତଦେହ ଜବତ କଲା ପୁଲିସ, ହତ୍ୟା ମାମଲା ଋଜୁ

69

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦା ପଞ୍ଚାୟତ ଚତୁର୍ଭୁଜପୁର ଗ୍ରାମର କେଶବ ପରିଡାଙ୍କ ବୋହୂ ଉଲ୍ଲାସିନୀ(୨୮)ର ମୃତଦେହ ଶୟନକକ୍ଷରୁ ପୁଲିସ ଆଜି ଉଦ୍ଧାର କରିଛି। ମୃତ ଉଲ୍ଲାସିନୀର ପିତା ବନମାଳୀ ପରିଡାଙ୍କ ଅଭିଯୋଗ କ୍ରମେ ପୁଲିସ ହତ୍ୟା ମାମଲା ଋଜୁ କରି ଶ୍ୱଶୁର କେଶବକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଅଭିଯୋଗ ଅନୁଯାୟୀ ଯାଜପୁର ଥାନା ଅନ୍ତର୍ଗତ ମୋଟରଙ୍ଗାପାଳ ଗ୍ରାମର ବନମାଳୀ ପରିଡାଙ୍କ କନ୍ୟା ଉଲ୍ଲାସିନୀ ବୈଦିକ ରୀତିରେ କେଶବଙ୍କ ପୁଅ ପ୍ରତାପକୁ ଗତ ୨୦୧୯ ମସିହାରେ ବିବାହ କରିଥିଲା। ବିବାହ ସମୟରେ ନଗଦ ୨ଲକ୍ଷ ଟଙ୍କା ସମେତ ଆବଶ୍ୟକ ଯାନିଯୌତୁକ ଦିଆଯାଇଥିଲା। ମାତ୍ର ବିବାହର ୩ ମାସ ପରେ ପ୍ରତାପ ଘରୁ ନିଖୋଜ ହୋଇଯାଇଥିଲା। ଅନ୍ୟତ୍ର ପ୍ରେମ ସମ୍ପର୍କ ଥିବାରୁ ପ୍ରତାପ ଏଭଳି କରିଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି। ପ୍ରତାପ ଘରୁ ଯିବା ପରେ ଅନ୍ତଃସତ୍ତ୍ୱା ଉଲ୍ଲାସିନୀକୁ ଶ୍ୱଶୁର କେଶବ ଶାଶୁ ପ୍ରେମଲତା, ଦିଅର ଆକାଶ, ପ୍ରକାଶ ଓ ବିକାଶ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ। ପ୍ରତାପର ଇଙ୍ଗୀତ କ୍ରମେ ଏଭଳି କରାଯାଉଥିଲା ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଉଲ୍ଲାସିନୀର ଗୋଟିଏ ୨ବର୍ଷ ୨ ମାସର ଝିଅ ଅଛି। ନିର୍ଯ୍ୟାତନା ଅସହ୍ୟ ହେବାରୁ ଉଲ୍ଲାସିନୀ ବାପଘରକୁ ପଳାଇ ଯାଇଥିଲା। ଶ୍ୱଶୁର କେଶବ ସମୁଦିକୁ ବୁଝାସୁଝା କରି ବୋହୂ ଓ ନାତୁଣୀକୁ ଗତ ୨୫ ତାରିଖରେ ଘରକୁ ଫେରାଇ ଆଣିଥିଲା। ମାତ୍ର ଶୁକ୍ରବାର ଭୋର ୪ଟାରେ କେଶବ ଉଲ୍ଲାସିନୀ ରଶୀ ଲଗାଇ ଆତ୍ମହତ୍ୟା କରିଥିବା ବିଷୟ ସମୁଦିକୁ ଜଣାଇଥିଲା। ଇତି ମଧ୍ୟରେ ଖବର ପାଇ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଥିଲା। ମୃତ ଉଲ୍ଲାସିନୀର ବାମ ଗୋଡ ଗୋଚ୍ଛି, ଆଣ୍ଠୁ ଓ ଡାହାଣ ହାତ କଚଟି କଟାଯାଇଥିବା ଓ ପ୍ରବଳ ରକ୍ତସ୍ରାବ ହୋଇଥିବା ପୁଲିସ ଦଳ ଦେଖିଥିଲେ। ଚଟାଣ ଓ କାନ୍ଥରେ ରକ୍ତ ଲାଗିଥିବା ଏବଂ ପାଖ କୋଠରୀରେ ଭଙ୍ଗା ଚୁଡି ପଡିଥିବା ଦେଖି ହତ୍ୟା ସନ୍ଦେହ ଘନିଭୁତ ହୋଇଥିଲା। ବାଲେଶ୍ୱରରୁ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳରେ ପହଞ୍ଚ ଅନୁଧ୍ୟାନ କରିଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ପ୍ରାଥମିକ ଭାବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁଭବ କରି ଶ୍ୱଶୁର କେଶବକୁ ଥାନାକୁ ନେବା ସହ ଅପରାହ୍ନରେ ବ୍ୟବଚ୍ଛେଦ ପାଇଁ ଶବ ଭଦ୍ରକ ପଠାଇଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.