Home ଅପରାଧ ଘରପୋଡି ଅଭିଯୋଗରେ ସ୍ୱାମୀ ସ୍ତ୍ରୀ କୋର୍ଟ ଚାଲାଣ

ଘରପୋଡି ଅଭିଯୋଗରେ ସ୍ୱାମୀ ସ୍ତ୍ରୀ କୋର୍ଟ ଚାଲାଣ

216

ଯାଜପୁର୨୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତର କେଳା ଗଡିଆ ଗ୍ରାମରେ ନିଜ ମାଆ ସହିତ କଳି କରି ଘରେ ନିଅାଁ ଲଗାଇବା ଅଭିଯୋଗରେ ସାନପୁଅ ଓ ବୋହୁଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରାଥିବା ସୁଚନା ମିଳିଛି । ପ୍ରକାଶଯେ କେଳାଗଡିଆ (ଗୋଳେଇପୁର ଭୋଳାନାଥ ଜେନାଙ୍କ ସ୍ତ୍ରୀ ଜାଡି ଜେନା(୬୫)ଙ୍କ ଅଭିଯୋଗ ମୁତାବକ ତାଙ୍କ ସାନପୁଅ ଶରଣ (୩୯) ଓ ବୋହୁ କୁନି (୩୦) ତାଙ୍କୁ ଖାଇବାକୁ ଦେଉନଥିଲେ । ବିଭିନ୍ନ ସମୟରେ ଗାଳିଗୁଲଜ ଓ ମାଡ ମାରିବାକୁ ପଛାଉ ନଥିଲେ । ଶୁକ୍ରବାର ରାତ୍ରୀରେ କଳି ଲାଗିବାରୁ ଶରଣ ଓ କୁନି ଘରେ ପେଟ୍ରୋଲ ଢାଳି ଘରେ ନିଅାଁ ଲଗାଇଦେଇଥିଲେ । ଫଳରେ ଘର ପୋଡିଯିବା ସହ ଟିଭି, ଗଡରେଜ ଓ ନଗଦ ୮୦ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଥିଲା । ଏନେଇ ପାଣିକୋଇଲି ଥାନାରେ ଜାଡିଭିତ୍ତିକ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୨୨୯/୧୯ ରୁଜ୍ଜୁ କରି ଅଭିଯୁକ୍ତ ଶରଣ ଓ କୁନିକୁ ଗିରଫ କରିଥିଲା । ଆଜି ଦଫା ୪୩୬,୫୦୬, ୩୪ ଆଇପିସିରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.