Home ଓଡ଼ିଶା ଘନିଭୂତ ହେଉଛି ଆଉ ଏକ ଲଘୁଚାପ

ଘନିଭୂତ ହେଉଛି ଆଉ ଏକ ଲଘୁଚାପ

294

ଭୁବନେଶ୍ୱର, ୨୮/୭, (ଓଡ଼ିଆ ପୁଅ /ପଙ୍କଜିନୀନାୟକ): ରାଜ୍ୟରେ ସାମାନ୍ୟ ବର୍ଷାର ପରିମାଣ କମି ଥିବା ବେଳେ ଏବେ ଆଉ ଏକ ଲଘୁଚାପ ଘନୀଭୂତ ହେଉଛି। ଚଳିତ ବର୍ଷ ବର୍ଷା ସ୍ୱାଭାବିକଠାରୁ କମ୍‌ ହୋଇଥିବାରୁ ଏହାକୁ ନେଇ ଚାଷୀକୂଳ ଏକପ୍ରକାର ଚିନ୍ତାରେ ଅଛନ୍ତି। ସେପଟେ ପୁଣି ଜୁଲାଇ ୩୧ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଅଗଷ୍ଟ ପହିଲାରୁ ରାଜ୍ୟରେ ଭଲ ବର୍ଷା ହୋଇପାରେ।

ଭଲ ବର୍ଷା ହେଉ ନଥିବା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ି ଯାଇଥିବାବେଳେ ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥର ରାଜ୍ୟରେ ମୋଟାମୋଟି ଭାବେ ଭଲ ବର୍ଷା ହୋଇ ନଥିବା ଯୋଗୁ ମରୁଡ଼ି ଆଶଙ୍କା ଦେଖାଦେଇଛି। ୩୧ ତାରିଖ ଭିତରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହା ଫଳରେ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.