Home ଓଡ଼ିଶା ଘଣ୍ଟାକର ବର୍ଷାରେ ବେହାଲ ଭୁବନେଶ୍ଵର

ଘଣ୍ଟାକର ବର୍ଷାରେ ବେହାଲ ଭୁବନେଶ୍ଵର

804

ଭୁବନେଶ୍ଵର,୨୩/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଘଣ୍ଟାକର ବର୍ଷାରେ ବେହାଲ ହେଲା ରାଜଧାନୀ । ଆଜି ସକାଳ ୧୦ଟା ବେଳୁ ଆରମ୍ଭ ହୋଇଥିଲା ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା । ପ୍ରାୟ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଲଗାଣ ବର୍ଷା ।

ଯେଉଁଥିରେ ସବୁବେଳେ ପାଣିରେ ବୁଡୁଥିବା ଇସ୍କନ ମନ୍ଦିର ପାଖ, ସିଆରପିରୁ ଫାୟାର ଷ୍ଟେସନ୍‌, ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍‌ ଆଦି ରାସ୍ତା ପାଣିରେ ବୁଡ଼ି ଯାଇଥିଲା  । ଆଜି ଜନ୍ମାଷ୍ଟମୀ ଥିବାରୁ ମନ୍ଦିରରେ ଭକ୍ତଙ୍କ ଗହଳିଥିଲା । ହେଲେ ଭକ୍ତମାନଙ୍କୁ ସେଇ ଅପରିସ୍କାର ନର୍ଦ୍ଦମା ପାଣି ଭିତରେ ପଶି ମନ୍ଦିରକୁ ଯିବାର ଦେଖାଯାଇଥିଲା ।

ଏହି ବର୍ଷା ବେଳେ ସହରର ଅନେକ ଜାଗାରେ ଟ୍ରାଫିକ୍‌ ଚଳାଚଳ ବନ୍ଦ ହୋଇ ଯାଇଥିଲା । କାରଣ ବର୍ଷା ପାଣି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଥିଲା । ବାଇକ୍‌ କଣ କାର ଏବଂ ବଡ଼ ଯାନବାହନ ମଧ୍ୟ ଯିବା ସମ୍ଭବ ନଥିଲା ।

ବର୍ଷା ଛାଡ଼ିବାର ପ୍ରାୟ ୪୫ ମିନିଟ୍‌ ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ଜମି ରହିଥିଲା । ବିଭିନ୍ନ ଜାଗାରେ ଅଟକି ରହିଥିବା ଲୋକେ ଅନେକ ସମୟ ଅପେକ୍ଷା କରିଥିଲେ କିମ୍ବା ଅନ୍ୟ ରାସ୍ତାରେ ଯାତାୟାତ କରିଥିଲେ । ଅଶୋକ ନଗର ଅଞ୍ଚଳରେ ଲୋକେ ଡିଭାଇଡର କାଟି ପାଣି ନିଷ୍କାସନ କରିଥିଲେ । ଯାହା ରାଜଧାନୀର ଡ୍ରେନେଜ୍‌ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସ୍ପଷ୍ଟ କରୁଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.