Home ଜିଲ୍ଲା ପରିକ୍ରମା ଘଡଘଡି ନେଲା ଛାତ୍ରୀର ଜୀବନ

ଘଡଘଡି ନେଲା ଛାତ୍ରୀର ଜୀବନ

18

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ଓଳି ଭଦ୍ରକରେ ଖରା ତାର ତାତି ଦେଖାଇଥିବାବେଳେ ଅପରାହ୍ନ ପ୍ରାୟ ୧.୩୦ ମିନିଟ୍‌ରେ ପ୍ରବଳ ଘଡଘଡି ସହ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ତେବେ ଆଜିର ଘଡଘଡି ଚଳିତ ବର୍ଷର ସମସ୍ତ ଘଡଘଡିକୁ ଟପିଯାଇଥିଲା। ଏହି ବଜ୍ରାପାତରେ ଆଜି ଭଦ୍ରକ ଜିଲା କୋଡବରୁଆଁ ପଂଚାୟତ ନିବାସୀ ପ୍ରଶାନ୍ତ ଦାସଙ୍କ କନ୍ୟା ମିଲିରାଣୀ (୧୮) ର ମୃତ୍ୟୁ ଘଟିଛି। ମିଲିରାଣୀ ଯୁକ୍ତ ତିନି ପ୍ରଥମବର୍ଷ ଚରମ୍ପା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଆଜି ଦ୍ୱିପ୍ରହରରେ ସେ ବାଡିକୁ ଯାଇ ଫେରିବା ସମୟରେ ପ୍ରଚଣ୍ଡ ବଜ୍ରାପାତ ତାଙ୍କର ଜୀବନ ନେଇଛି। ଏହି ଘଟଣାରେ ଗ୍ରାମାଂଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.