ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସ୍ଥା, ଭକ୍ତି ଓ ଅଟଳ ବିଶ୍ୱାସର ପବିତ୍ର ପ୍ରତୀକ ଘଟଗାଁ ମା ତାରିଣୀ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନର ଐତିହାସିକ ମୁହୂର୍ତରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇଥିଲେ। ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ, ନିଜ ଜିଲ୍ଲା କେନ୍ଦୁଝର ର ଧାର୍ମିକ-ସାଂସ୍କୃତିକ ଗୌରବକୁ ନୂତନ ଉଚ୍ଚତାକୁ ନେବା ପାଇଁ ତିନିଶହ ବାର କୋଟି ଟଙ୍କାର ମହତ୍ୱାମ୍ବୀ ପ୍ରକଳ୍ପ ଆଜି ତାଙ୍କ କରକମଳରେ ଶୁଭାରମ୍ଭ ହେଲା। ମା ତାରିଣୀଙ୍କ କୃପାରେ ଏହି ପ୍ରକଳ୍ପ ସମାପ୍ତି ପରେ ଘଟଗାଁ ପୀଠ ନୂତନ ଆକାର, ନୂତନ ଗୌରବ ଓ ନୂତନ ପରିଚୟ ସହିତ ସମଗ୍ର ରାଜ୍ୟରେ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପ୍ରତିଷ୍ଠିତ ହେବ। ଆଜିର ଏହି ଗୌରବମୟ ଅବସରରେ ଆମ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଗଣେଶରାମ ସିଂ ଖୁଂଟିଆଙ୍କ ସମେତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଘଟଗାଁ ମା’ ତାରିଣୀ ପୀଠର ବିକାଶ ପ୍ରକଳ୍ପ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସୀତାଂଶୁ








