Home ଦେବଗଡ଼ ଘଟଗାଁର ବିଭିନ୍ନ ପରିକ୍ଷା କେନ୍ଦ୍ରରେ ମେଟ୍ରିକ ପରିକ୍ଷା ଆରମ୍ଭ

ଘଟଗାଁର ବିଭିନ୍ନ ପରିକ୍ଷା କେନ୍ଦ୍ରରେ ମେଟ୍ରିକ ପରିକ୍ଷା ଆରମ୍ଭ

224

ଘଟଗାଁ,୨୩/୦୨(ଓଡିଆପୁଅ/ଭବାନୀ ପ୍ରସାଦ)- ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋଡଦ୍ୱାର ପରିଚାଳିତ ଚଳିତ ୨୦୧୮ ମେଟ୍ରିକ ପରିକ୍ଷା ଘଟଗାଁର ବିଭିନ୍ନ କେନ୍ଦ୍ରରେ ଆଜିଠାରୁ ଆରମ୍ଭ ହୋଇଛି । ତାରିଣୀ ବିଦ୍ୟାପୀଠ ପରିକ୍ଷା କେନ୍ଦ୍ରରେ ୨୯୭ଜଣ,ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୮୦ ଜଣ ସେହିପରି ବରାହାଟିପୁରା ନିଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟରେ ୧୬୨ ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଇଥିବା ଜଣାପଡିଛି । ଆଜି ସକାଳ ୮ ଘଟିକା ସମୟରେ ପରିକ୍ଷାର୍ଥୀ ମାନେ ବିଦ୍ୟାଳୟ ଗୁଡିକରେ ପ୍ରବେଶ କରିଥିଲେ ୯ ଘଟିକା ସମୟରେ ପରିକ୍ଷା ଆରମ୍ଭ ହୋଇଥିବା ବେଳେ ସାଢେ ୧୧ ଘଟିକାରେ ପରିକ୍ଷା ଶେଷ ହୋଇଥିଲା । ପରିକ୍ଷା ନେଇ ପରିକ୍ଷାର୍ଥୀ ମାନେ ଉସôାହିତ ଥିବାବେଳେ ମନରେ ସାମାନ୍ୟ ଭୟ ମଧ୍ୟ ରହିଥିଲା ତେବେ ପ୍ରଥମ ବିଷୟ ମାତୃଭାଷା ଓଡିଆ ଥିବାରୁ ପରିକ୍ଷା ଦେବାରେ କୌଣସି ଅସୁବିଧା ହୋଇନଥିବା ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଥିଲେ । ଏଥିସହିତ ପରିକ୍ଷାରେ ଭଲ କରିବା ପାଇଁ ବର୍ଷସାର ବହୁପରିଶ୍ରମ କରିଥିବା କହିଥିଲେ ପରିକ୍ଷାର୍ଥୀ ମାନେ । ତେବେ କିପରି ପରିକ୍ଷା ଶୃଙ୍ଖଳାର ସହିତ ହେବ ସେଥିପାଇଁ ପୋଲିସ ମୁତୟତ କରାଯିବା ସହ କପି ଉପରେ କିପରି ରୋକ ଲଗାଯିବ ସେଥିପାଇଁ ପରିକ୍ଷା କେନ୍ଦ୍ର ଗୁଡିକରେ ବ୍ୟପକ ବ୍ୟବସ୍ଥା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.