ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାଂଶଡା ଥାନା ଅଧିନସ୍ଥ ଷଣ୍ଢଗଡା ଗ୍ରାମର ଜଣେ ନାବାଳିକା ଘଂଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଥିବା ନେଇ ଗତ ୨୧ ତାରିଖରେ ବାଂଶଡା ଥାନାରେ ଝିଅର ବାପାଙ୍କ ଲିଖିତ ଅଭିଯୋଗ ମୂଳେ ଏକ କେସ ରୁଜୁ ହୋଇଥିଲା। ଏହି କେସ ରୁଜୁ କରିବା ପରେ ପୁଲିସ କେବଳ ପିଡୀତାଙ୍କ ପରିବାରକୁ ଚକମା ଦେଖାଇବାରେ ଲାଗିଲା। ଅନ୍ୟ ଉପାୟ ନପାଇ ସଂପୃକ୍ତ ନାବାଳିକାଙ୍କ ପରିବାର ଏବଂ ଗ୍ରାମବାସୀ ଗତକାଲି ବିଳମ୍ବିତ ରାତିରେ ଆସି ଘଂଟେଶ୍ୱର ଫାଣ୍ଡି ଆଗରେ ଧାରଣା ଦେଲେ। ଏତିକିରେ କଥା ସରିଲା ନାହିଁ ସଂପୃକ୍ତ ନାବାଳିକାଙ୍କ ପରିବାର ଜିଦ ଧରି ବସିଲେ ଆମ ଝିଅକୁ ଆମକୁ ନ ଫେରାଇଲେ ଏହି ଧାରଣା ଅବ୍ୟାହତ ରହିବା ସହ ଝିଅ ନମିଳିଲେ ସମୂହ ପରିବାର ଆତ୍ମାହୂତି ଦେବେ। ପୁଲିସ ନିଜ ପାରିବାର ପଣିଆ ଦେଖାଇ ଯାଇ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିବା ପରେ ଆଜି ନେଇ ଭଦ୍ରକ ଆଶିଆନାରେ ଜିମା ଦେଇଛି। ଝିଅର ବାପା ରଞ୍ଜନ ସାମଲଙ୍କ ଅଭିଯୋଗ ମୂଳେ କିପରି ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ବେଳେ ପୁନଶ୍ଚ ଝିଅକୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଆଶିଆନାରେ ଜିମା ଦେଲେ ତାହା ତଦନ୍ତ ସାପେକ୍ଷ ବୋଲି ରଞ୍ଜନ ସାମଲ ଦାବୀ କରିଛନ୍ତି। ଅନ୍ୟ ପକ୍ଷରେ ସେହି ଅଂଚଳରେ ୨ଜଣ କୁଜି ନେତା ନାବାଳିକା ଝିଅକୁ ସେମାନଙ୍କ ପୁଅ ସଙ୍ଗେ ବାହା କରାଇବା କୁ କଥା ଦେଲେ ସେମାନେ ତାଙ୍କ ଝିଅ ସହ ବାପାର ଦେଖା କରାଇ ଦେବେ ବୋଲି କହିଥିଲେ। ଏଥିରେ ଅନ୍ୟଥା ହେଲେ ସେମାନେ ଝିଅକୁ କୁ ଏବଂ ଝିଅର ପରିବାର ବର୍ଗକୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ବୋଲି ରଞନ ସାମଲ ଅଭିଯୋଗ କରିଥିଲେ ମାତ୍ର ପୁଲିସ ସଂପୃକ୍ତ ୨ଜଣ କୁଜି ନେତାଙ୍କୁ କାହିଁକି ଗିରଫ ନକରି ଛାଡି ଦେଲା ବୋଲି ଝିଅ ର ମା ଅଭିଯୋଗ ଆଣିଛନ୍ତି। ଆଜି ସଂପୃକ୍ତ ନାବାଳିକା କୁ ଆଶିଆନାରେ ଜିମା ଦେବା ପରେ ନାବାଳିକାଙ୍କ ପରିବାର ଧାରଣାରୁ ଉଠିଥିଲେ। ଆଗାମୀ ଦିନରେ ପୁଲିସ କଣ ପଦକ୍ଷେପ ନେବା ସହ ସଂପୃକ୍ତ ନାବାଳିକାଙ୍କ ପରିବାର କୁ କଣ ନ୍ୟାୟ ଦେବ ତାହା କୁ ନେଇ ଚାପା ଉତେଜନା ସୃଷ୍ଟି ହେବା ସହ ଅଂଚଳବାସୀ ସଂପୃକ୍ତ କୁଜି ନେତାଙ୍କୁ ଗିର‘ କରିବାକୁ ଦାବୀ ଜଣାଇଛନ୍ତି।
Home ଜିଲ୍ଲା ପରିକ୍ରମା ଘଂଟେଶ୍ୱର ନାବାଳିକା ନିଖୋଜକୁ ନେଇ ତାତିଲେ ପରିବାର, ଫାଣ୍ଡିଆଗରେ ଧାରଣା, ଝିଅକୁ ନେଇ ଆସିଆନାରେ ଜିମା...