Home କଳାହାଣ୍ଡି ଗ୍ୟାସ ସିଲିଣ୍ଡର ଫାଟି ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତି

ଗ୍ୟାସ ସିଲିଣ୍ଡର ଫାଟି ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତି

223

କଳାହାଣ୍ଡି-ତା୦୧.୦୫.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉକ୍ରେଲା ଫାଣ୍ଡି ଅଂଚଳରେ ଗ୍ୟାସ ସିଲିଣ୍ଡର ଫାଟି ମହିଳା ଗୁରୁତର ହୋଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ,ଉକ୍ରେଲା ଅଂଚଳର କାଦିପଡା ଗ୍ରାମର ରେବତୀ ମେହେର (୫୪) ସକାଳ ୫ଟା ସମୟରେ ଘରେ ଚାହା ତିଆରି କରିବା ପାଇଁ ଗ୍ୟାସ ଚୁଲା ଜଳାଇବା ସମୟରେ ହଠାତ ନିଆଁ ଲାଗିଯିବା ଫଳରେ ଘର କାନ୍ଥ ଭାଙ୍ଗିବା ସହିତ ଛାତ ଉଡିଯାଇଥିବା ଜଣାପଡିଛି । ପାଖରେ ଠିଆହୋଇଥିବା ପୂର୍ଣ୍ଣମୀ ମେହେର (୬୦) ଙ୍କ ଶରିର ୨୦ଭାଗ ପୋଡିଯାଇଥିବା ପ୍ରକାଶ । ଏସଂପର୍କରେ ଉକ୍ରେଲା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ୍ାଇ ନିଆ ଆୟତ କରିଥରବ । ସହିତ ଆହତ ମହିଳା ଦ୍ୱୟଙ୍କୁ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଡାକ୍ତରଖାନାକୁ ପଠାଇଥିଲେ । ଆହାତ ମାନଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଜିଲ୍ଲା ସଦରମହକୁମା ଭବାନୀପାଟଣାସ୍ଥିତ ମୂଖ୍ୟ ଡାକ୍ତରଖାନାରେ ଭର୍ତୀ କରିଥିବା ଜଣାପଡିଛି । ଚିକିତ୍ସା ପରେ ମହିଳାମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.