Home ଜିଲ୍ଲା ପରିକ୍ରମା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଗୋଟିଏ ପରିବାରର ୩ଗୁରୁତର

ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଗୋଟିଏ ପରିବାରର ୩ଗୁରୁତର

2

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଶାସନ ଗ୍ରାମରେ ଗୁରୁବାର ରାତିରେ ଗ୍ୟାସ ସିଲିଣ୍ଡର କ୍ୟାପ ଖୋଲି ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି କ୍ଷ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଥିବା ଭାର୍ଗବୀ ଶତପଥି(୪୦), ତାଙ୍କ ସ୍ୱାମୀ ଉଦୟ ନାରାୟଣ ଶତପଥି (୪୫)ଏବଂ ନାବାଳିକା ଝିଅ ସ୍ନେହାଞ୍ଜଳି(୧୪) ଏବେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି କ୍ଷ ଘଟଣାରୁ ପ୍ରକାଶ ଯେ ,ରାତିରେ ଭାର୍ଗବୀ ଗ୍ୟାସ ଯୋଗେ ରୋଷେଇ କରୁଥିଲେ କ୍ଷ ସିଲିଣ୍ଡର କ୍ୟାପ ଆକସ୍ମିକ ଭାବେ ବାହାରି ପଡ଼ିବାରୁ ଜୋରରେ ଗ୍ୟାସ ବାହାରି ନିଆଁ ଲାଗିଯାଇଥିଲା କ୍ଷ ଗ୍ୟାସରୁ ଭାର୍ଗବୀଙ୍କ ଦେହରେ ନିଆଁ ଲାଗିଯିବାରୁ ସେ ଚିତ୍କାର କରିଥିଲେ କ୍ଷ ପାଟି ଶୁଣି ତାଙ୍କ ସ୍ୱାମୀ ଓ ଝିଅ ଆସି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କଲାବେଳେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା କ୍ଷ ଯାହାଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ କ୍ଷ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ତିହିଡି଼ ଓ ପରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କ୍ଷ ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ଓ ପରେ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାଯାଇଛି କ୍ଷ ଖବରପାଇ ଜୀବନଜ୍ୟୋତି ସଂଗଠନର ଜ୍ୟୋତିର୍ମୟ ପାଣ୍ଡବ,ଗୋପବନ୍ଧୁ ସେବାଜ ସେନାର ସଭାପତି ରାଜୀ୍ୱ ନାୟକ, ଅଭିରାମ ଦାସ,ବିରେନ ସେନାପତି,ଉତ୍କଳମଣି ସେବାସଂଘର ବିସ୍ମୟ ବିହାରୀ ସାହୁ ଡାକ୍ତରଖାନାରେ ପହଞ୍ଚି ଗୁରୁତର ମାନଙ୍କୁ ଚିକତ୍ସାରେ ସହାୟତା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.