Home କେନ୍ଦୁଝର ଗ୍ୟାସ ନିଆଁରୁ ମିଠିଗାଁରେ ଦୁଇ ବଖରା ଘର ପୋଡିଗଲା

ଗ୍ୟାସ ନିଆଁରୁ ମିଠିଗାଁରେ ଦୁଇ ବଖରା ଘର ପୋଡିଗଲା

23

ହାଟଡିହି-୨୩ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ମିଠିଗାଁ ଗ୍ରାମରେ ଗ୍ୟାସ ନିଆଁରୁ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ଜଳିଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଜଗନ୍ନାଥ ସେଠୀଙ୍କ ଘରେ ରୋଷେଇ ଚାଲିଥିବାବେଳେ ହଠାତ ଗ୍ୟାସରୁ ନିଆଁ ଲାଗି ତାଙ୍କର ଚାଳଘରେ ନିଆଁ ଲାଗିଯାଇଥିଲା । ଫଳରେ ତାଙ୍କର ଦୁଇ ବଖରା ଘର ସହ ଘରେ ଥିବା ତାଙ୍କର ଧାନ, ଚାଉଳ, ଲୁଗାପଟା ଓ ନଗଦ ୨୦ହଜାର ଟଙ୍କା ପୋଡି ଯାଇଥିଲା । ଗାଁ ଲୋକମାନେ ପାଣିଢ଼ାଳି ନିଆଁକୁ ଆୟତ କରିଥିବାବେଳେ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.