ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ୩ ଗୁରୁତର । ଦୁଇ ବଖରା ଘର ଭସ୍ମୀଭୂତ । ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟିଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ ଉଚ୍ଚପଦା ସ୍ଥିତ ଗୁଡିଆ ସାହି ରେ ଅଗ୍ନିକାଣ୍ଡ ଘଟିଛି । ତେବେ ବୃନ୍ଦାବନ ସାହୁ ଙ୍କ ଘରେ ରୋଷେଇ ବେଳେ ଘର ର ଗ୍ୟାସ ଟାଙ୍କି ପ୍ରଥମେ ଲିକ ହୋଇଥିଲା ପରେ ପରେ ଗ୍ୟାସ ଟାଙ୍କି ଟି ଫାଟି ଯାଇଥିବା ସୂଚନା ମିଳିଛି । ପରେ ଘରେ ନିଆଁ ଲାଗି ଯାଇଥିଲା । ବୃନ୍ଦାବନ ସାହୁ ତାଙ୍କ ସ୍ତ୍ରୀ ବାସନ୍ତୀ ଓ ପୁଅ ଦୀପକ ଗୁରୁତର ହୋଇଛନ୍ତି । ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲ ରେ ଭର୍ତି କରାଯାଇଛି ।