Home ଜିଲ୍ଲା ପରିକ୍ରମା ଗ୍ୟାସ କଳାବଜାରୀ ଅଭିଯୋଗରେ ଧାମନଗର ତହସିଲଦାରଙ୍କ ଚଢାଉ

ଗ୍ୟାସ କଳାବଜାରୀ ଅଭିଯୋଗରେ ଧାମନଗର ତହସିଲଦାରଙ୍କ ଚଢାଉ

1

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତମାନ ସମୟରେ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ଚାହିଦା ବୃଦ୍ଧି, ବଜାରରେ ଅଭାବ ଓ ଅଧିକ ଲାଭ ଯୋଗୁ ଅନେକ ଦୋକାନୀ କଳାବଜାରୀ କରୁଥିବା ଅଭିଯୋଗ ଆସୁଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାମନଗର ଅଂଚଳରେ ଗ୍ୟାସ କଳାବଜାରୀ ହେଉଥିବା ସୂଚନା ମିଳିବା ପରେ ଆଜି ତହସିଲଦାରଙ୍କ ପକ୍ଷରୁ ଦୋକନୀ ଉପରେ ଚଢାଉ କରାଯାଇଥିଲା। ଧାମନଗର ତହସିଲଦାରଙ୍କ ନେତୃତ୍ୱରେ ଦଳ ମେଡିକାଲ ବଜାରରେ ଥିବା କିଛି ଗ୍ୟାସ ଦୋକାନ ଉପରେ ଅଚାନକ ଯାଂଚ କରିଥିଲେ। ଯାଂଚ ସମୟରେ ଗ୍ୟାସ ସିଲିଣ୍ଡର ମହଜୁତ, ବିକ୍ରୟ ରେଜିଷ୍ଟର ଓ ଦର ତାଲିକା ପରୀକ୍ଷା କରାଯାଇଥିଲା। କେତେକ ସ୍ଥାନରେ ନିୟମ ଉଲ୍ଲଂଘନ ସନ୍ଦେହ ହେତୁ ଦୋକାନୀଙ୍କୁ ସତର୍କ କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକମାନେ ଦୀର୍ଘଦିନ ଧରି ଗ୍ୟାସ ସିଲିଣ୍ଡର କଳାବଜାରୀ ଓ ଅଧିକ ଦରରେ ବିକ୍ରୟ ହେଉଥିବା ଅଭିଯୋଗ କରୁଥିଲେ। ଏହାକୁ ଗୁରୁତ୍ୱର ସହ ନେଇ ପ୍ରଶାସନ ପକ୍ଷରୁ ଏହି ଚଢାଉ କରାଯାଇଥିବା ତହସିଲଦାର କହିଛନ୍ତି। ପ୍ରଶାସନ ଆଗାମୀ ଦିନରେ ମଧ୍ୟ ଏପରି ଯାଂଚ ଜାରି ରହିବ ବୋଲି ସଚେତନ କରିଛି। ଏଥିରେ ଧାମନଗର ତହସିଲଦାର ସାଇ ଲୋକନାଥ ପ୍ରସାଦ ସେଠୀ, ଅତିରିକ୍ତ ତହସିଲଦାର ସାଇ ସିଲୋନା, ଥାନାର ଏଏସଆଇ କଳ୍ପନା ରାଉତ ଓ ଅନ୍ୟମାନେ ସାମିଲ୍ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.