Home ଜିଲ୍ଲା ପରିକ୍ରମା ଗ୍ୟାରେଜ ମିସ୍ତ୍ରୀଙ୍କ ମହାନତା, ଏଟିଏମ୍‌ରୁ ଉଠାଇଥିବା ପଇସା ଫେରିପାଇଲେ ମହିଳା

ଗ୍ୟାରେଜ ମିସ୍ତ୍ରୀଙ୍କ ମହାନତା, ଏଟିଏମ୍‌ରୁ ଉଠାଇଥିବା ପଇସା ଫେରିପାଇଲେ ମହିଳା

21

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଗ୍ୟାରେଜ ମିସ୍ତ୍ରୀ ଦେଖାଇଲେ ମହାନତା। ଏ ଟି ଏମ ଭିତରେ ପଡ଼ିଥିବା ୯ ହଜାର ୫ ଶହ ଟଙ୍କା କୁ ଉଠାଇ ପୋଲିସ ରେ ଦେଲେ ଜିମା। ଏଭଳି ଘଟଣା ଦେଖା ଯାଇଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଅଂଚଳ ରେ। ଚରମ୍ପା ବଜାର ଠାରେ ଏସ୍‌ବିଆଇ ଏଟିଏମ୍ ରୁ ବଣିଆ ନିବାସୀ ସୁକାନ୍ତି ସ୍ୱାଇଁ ୯ ହଜାର ୫ ଶହ ଟଙ୍କା ଉଠାଇ ଥିଲେ। କିନ୍ତୁ ଟଙ୍କା ବାହାରି ନଥିଲା। ତେଣୁ ସେ ସେଠାରୁ ପଳାଇ ଆସି ସମ୍ପୃକ୍ତ ବ୍ୟାଙ୍କ ଏବଂ ଭଦ୍ରକ ଟାଉନ ଥାନା ରେ ଜଣାଇଥିଲେ। ତେବେ ସମ୍ପୃକ୍ତ ମହିଳା ଜଣଙ୍କ ଏଟିଏମ୍‌ରୁ ପଳାଇ ଆସିବା ପରେ ଜଣେ ଗ୍ୟାରେଜ ମିସ୍ତ୍ରୀ ସନ୍ତୋଷ କୁମାର ବାରିକ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ତେବେ ସେ ଏଟିଏମ୍ ଭିତରେ ପ୍ରବେଶ କରି ଦେଖିଥିଲେ ଯେ ୯ ହଜାର ୫ ଶହ ଟଙ୍କା ଏଟିଏମ୍‌ରେ ଲାଗି କରି ରହିଛି। ତେଣୁ ସେ ସେହି ଟଙ୍କା କେହି ଜଣେ ଲୋକ ର ହୋଇ ଥାଇ ପାରେ ବୋଲି ଜାଣି ବ୍ୟାଙ୍କକୁ ଯାଇ ନିରାଶ ହେବା ପରେ ଭଦ୍ରକ ଟାଉନ ଥାନା ରେ ଜଣାଇଥିଲେ। ତେଣୁ ପୋଲିସ ସମସ୍ତ ଦିଗକୁ ତଦନ୍ତ କରି ଏହି ଟଙ୍କା ସୁକାନ୍ତୀଙ୍କର ବୋଲି ଜାଣି ତାଙ୍କୁ ଡାକି ଭଦ୍ରକ ଏସପି ମନୋଜ ରାଉତଙ୍କ ହାତରେ ତାଙ୍କୁ ଫେରାଇଥିଲେ। ସୁକାନ୍ତୀ ନିଜ ଟଙ୍କା ପାଇ ବେଶ ଖୁସି ହୋଇଥିବାବେଳେ ସନ୍ତୋଷଙ୍କୁ ଭଦ୍ରକ ଏସପି ଶ୍ରୀ ରାଉତ ଉତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ତାଙ୍କର ସେହି ମହାନ ପଣିଆ ଓ ସଚ୍ଚୋଟତା ପାଇଁ ସମ୍ବର୍ଦ୍ଧିତ କରିଥିଲେ। ଆଜିର ଦୁନିଆରେ ସନ୍ତୋଷ ଭଳି ଜଣେ ସଚ୍ଚୋଟ ଯୁବକର ଏଭଳି ମହାନତାକୁ ସମସ୍ତେ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.