ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଟିଲୋ ପଚାଂୟତ ଆନୁକୂଲ୍ୟ ତଥା ସରପଚଂ ସଂଗ୍ରାମ କେଶରୀ ଜେନାଙ୍କ ପୌରହିତ୍ୟରେ ଜାଗୁଳାଇ ପଦା ଠାରେ ନିର୍ମିତ ହେବାକୁ ଥିବା ଗ୍ରାମ୍ୟ ପାର୍କର ଭିତପ୍ରସ୍ତର ସ୍ଥାପନ ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଳିକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ସୀତାକାନ୍ତ ରାଉତ, ସରପଚଂ ସଂଗ୍ରାମ କେଶରୀ ଜେନା, ପିଇଓ ପ୍ରଫୁଲ୍ଲ କୁମାର ପଣ୍ଡା, ୱାର୍ଡ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ବାରିକ, ଅଜିତ୍ ପଢିଆରୀ, ସଭ୍ୟା ଭାରତୀ ଧଳ, ମାଳତୀ ଜେନାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ସେହିପରି ଟିଲୋ ହାଇସ୍କୁଲ ଛକ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ମାନ୍ୟବର ବାଚସ୍ପତି ସୁରମା ପାଢୀଙ୍କ ଦ୍ୱାରା ଅନାବରଣ ହୋଇଥିଲା । ଏଥିରେ ଭଦ୍ରକ ସାଂସଦ, ଭଣ୍ଡାରିପୋଖରୀ ବିଧାୟକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।








