Home Top News ଗ୍ରାମ୍ୟ ନିର୍ମାଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି

ଗ୍ରାମ୍ୟ ନିର୍ମାଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି

31

କଟକ, ୩୦/୦୩ (ଓଡ଼ିଆ ପୁଅ /ଅଭୟ ଜେନା) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡଗ୍ରାମ୍ୟ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ବାସଭବନରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛନ୍ତି। ଶ୍ରୀ ସାହୁ ନୟାଗଡ ଗ୍ରାମ୍ୟ ନିର୍ମାଣ ବିଭାଗରେ କାର୍ଯ୍ୟ କରୁଥିଲେ। ଭିଜିଲାନ୍ସ ଟିମ ଏକ ସଙ୍ଗେ ତାଙ୍କ ନୟାଗଡ଼ କାର୍ଯ୍ୟାଳୟ, ବାସଗୃହ, ଭୁବନେଶ୍ୱର ଖଣ୍ଡଗିରି ଓ ପଟିଆ ସ୍ଥିତ ଗୃହ, କଟକ ଅଲିଶା ବଜାରରେ ଥିବା ଘର ଉପରେ ଚଢ଼ାଉ ଜାରି ରହିଛି। ଏଥି ସଙ୍ଗେ ସଙ୍ଗେ ନିଶ୍ଚିନ୍ତ କୋଇଲି ବ୍ଲକ ବବୁଜଙ୍ଗ ପଂଚାୟତ ପିଂ ପୁରରେ ପୈତୃକ ଘରେ ହେଉଥିବା ଏହି ଚଢ଼ାଉ ରେ ୫ଜଣ ଡି ଏସ ପି, ୫ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି। ଏହି ଚଢ଼ାଉ ଏକକାଳୀନ ୬ ଟି ସ୍ଥାନରେ ହେଉଛି। କଟକର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.