Home ଜିଲ୍ଲା ପରିକ୍ରମା ଗ୍ରାମ୍ୟ ଜଙ୍ଗଲରେ ଘର ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ, ପ୍ରଶାସନ ନୀରବଦ୍ରଷ୍ଟା

ଗ୍ରାମ୍ୟ ଜଙ୍ଗଲରେ ଘର ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ, ପ୍ରଶାସନ ନୀରବଦ୍ରଷ୍ଟା

32

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରଞ୍ଜମାଳ ଠାରେ ଗ୍ରାମ୍ୟ ଜଙ୍ଗଲରେ ଏକ ଘର ନିର୍ମାଣକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ,ଭଦ୍ରକ ଡିଏଫଓ ଏବଂ କେନ୍ଦ୍ରାଂଚଳ ରାଜସ୍ୱ କମିଶନରଙ୍କ ଠାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଧାମରା ନିକଟସ୍ଥ କରଞ୍ଜମାଳ ଠାରେ ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କ ଅଫିସ ଆଗରେ ଏକ ସ୍ଥାନୀୟ ବାସିନ୍ଦା ନିଜର ବ୍ୟବସାୟ ଚଳାଇବାକୁ ଏକ ଘର ନିର୍ମାଣ କରୁଅଛି । ଏହି ଘର ନିର୍ମାଣକୁ ନେଇ ସ୍ଥାନୀୟ ବାସିନ୍ଦା କରଞମାଳ ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ ଆଣିଥିଲେ ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ରାଜସ୍ୱ ନିରୀକ୍ଷକ କୌଣସି ଆଖିଦୃଶିଆ ପଦକ୍ଷେପ ନେବା ବଦଳରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଘର ନିର୍ମାଣ କରିବାକୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ସ୍ଥାନୀୟ ବାସିନ୍ଦା ଚାନ୍ଦବାଲି ତହସିଲଦାର ଙ୍କ ପାଖରେ ଅଭିଯୋଗ ଆଣିଥିଲେ ମାତ୍ର ଇତି ମଧ୍ୟରେ ଗୋଟିଏ ସପ୍ତାହ ବିତିଯାଇଥିଲେ ମଧ୍ୟ ଚାନ୍ଦବାଲି ତହସିଲଦାର ମଧ୍ୟ ସବୁ ଜାଣି ନୀରବଦ୍ରଷ୍ଟା ପାଲଟିଛନ୍ତି ବୋଲି କରଞ୍ଜମାଳ ପଂଚାୟତବାସୀ ଅଭିଯୋଗ କରିଛନ୍ତି । ଆଜି ଏହି ବେଆଇନ ଘର ନିର୍ମାଣ ବିରୁଦ୍ଧରେ ସ୍ଥାନୀୟ ବାସିନ୍ଦା ଭଦ୍ରକ ଜିଲ୍ଲାପାଳ,ଭଦ୍ରକ ଡିଏଫଓ ଏବଂ କେନ୍ଦ୍ରାଂଚଳ ରାଜସ୍ୱ କମିଶନରଙ୍କ ନିକଟରେ ଲିଖିତ ଅଭିଯୋଗ ଆଣିବା ସହ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଅଭିଯୋଗ କରିଛନ୍ତି । କେଉଁ ପରିପ୍ରେକ୍ଷୀରେ କରଞ୍ଜମାଳ ରାଜସ୍ୱ ନିରୀକ୍ଷକଙ୍କ ଅଫିସ ଠାରୁ ମାତ୍ର ୧ଶହ ମିଟର ଦୂରରେ ଝାଉଁ ଜଙ୍ଗଲ ନଷ୍ଟ କରି ଏହି ବେଆଇନ ଘର ନିର୍ମାଣ କରାଯାଉଥିବା ବେଳେ ପ୍ରଶାସନର ଚୁପଚାପ ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି । ତୁରନ୍ତ ଏହି ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ସର୍ବସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.