Home ଓଡ଼ିଶା ଗ୍ରାମରେ ବ୍ୟାପିଲା ଝାଡା, ବାନ୍ତି, ଦୁଷିତ ପାଣି ପିଇ ୭୦ ଜଣ ଆକ୍ରାନ୍ତ – ଡ଼ାକ୍ତରୀ...

ଗ୍ରାମରେ ବ୍ୟାପିଲା ଝାଡା, ବାନ୍ତି, ଦୁଷିତ ପାଣି ପିଇ ୭୦ ଜଣ ଆକ୍ରାନ୍ତ – ଡ଼ାକ୍ତରୀ ଦଳର ଚିକିତ୍ସା ଆରମ୍ଭ

207

ବଲାଙ୍ଗୀର ୧୬-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ କରୁଆଝର ଗ୍ରାମ ରେ ୭୦ ଜଣ ଝାଡା, ବାନ୍ତି ରେ ଆକ୍ରାନ୍ତ ହୋଇଛନ୍ତି। ଏହି କରୁଆଝର ଗ୍ରାମ ରେ ଗତ କାଲି ରାତିରେ ଅନେକ ଝାଡା ଓ ବାନ୍ତି ରେ ଆକ୍ରାନ୍ତ ହୋଇ ସେଠି କେତେକ କ୍ୱାକ ଙ୍କ ଦ୍ୱାରା ଚିକିତ୍ସିତ ହେଉଥିବା ବେଳେ କୌଣସି ସୁଫଳ ନମିଳିବାରୁ ଓ ଆଉ ଅଧିକ ଆକ୍ରାନ୍ତ ବଢିଚାଳିବା ରୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ଦଳ ଉକ୍ତ ଗ୍ରାମରେ ପହଞ୍ଚିଛନ୍ତି। ଉକ୍ତ ଗ୍ରାମର ଏକ ସ୍କୁଲରେ ଅନେକ ଆକ୍ରାନ୍ତ ଙ୍କ ଚିକିତ୍ସା ଚାଲିଥିବା ବେଳେ ଅନେକ ଗୁରୁତର ଙ୍କୁ ବଲାଙ୍ଗୀର ମ୍ୟାଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ଏହି ୭୦ ଜଣ ଉକ୍ତ ଗ୍ରାମର ଦୁଷିତ ପାଣି ପିଇବା ଯୋଗୁଁ ଏହିପରି ଆକ୍ରାନ୍ତ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.