ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିବରାତ୍ରି ମନ୍ଦିର ନିକଟର ରେ ଗଣ୍ଡଗୋଳ ଏବେ ଉଗ୍ର ରୁପ ନେଇଛି । ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଓ ତାଙ୍କ ସହଯୋଗି ମାନେ ଗ୍ରାମରେ ଆତଙ୍କ ସୃଷ୍ଟି କରିଛନ୍ତି।ପ୍ରକାଶ ଥାଉ କି ଧାମନଗର ଥାନା ଭଗବାନପୁର ପଂଚାୟତ ଡିଗି ଗ୍ରାମବାସି ଓ ଭଣ୍ଡାରୀପୋଖରୀ ଥାନା ମଣିବାଜି ଗ୍ରାମର ଶ୍ରୀକାନ୍ତ ବେହେରା ଙ୍କ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା କୁ ନେଇ ଗୋଷ୍ଟି ସଂଘର୍ଷ ହୋଇ ଡିଗି ଗ୍ରାମର ୬ ଜଣ ଗୁରୁତର ହୋଇଥିବା ନେଇ ଧାମନଗର ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି। ପ୍ରକାଶ ଥାଉକି ଶିବାରାତ୍ରୀ ଦିନ ମଣିବାଜି ଗ୍ରାମରେ ଥିବା ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରିବାକୁ ଡିଗି ଗ୍ରାମ ର ମହିଳା ମାନେ ଯାଇଥିଲେ। ଏହି ସମୟରେ ମଣିବାଜି ଗ୍ରାମର ଜଣେ ଯୁବକ ମୋଟର ସାଇକେଲ ଗର୍ଜାଇ ଗାଳି ଗୁଲଜ କରି ବାରୁ ଆରମ୍ଭ ହୋଇଥିଲା ଛକା ପଞ୍ଝା। ସେବେଠାରୁ ମଣିବାଜି ଗ୍ରାମର ଶ୍ରୀକାନ୍ତ ବେହେରା ଓ ତାଙ୍କର ସହଯୋଗି ସୁକାନ୍ତ ବେହେରା, ଦୀପକ ବେହେରା, ସୂର୍ଯ୍ୟକନ୍ତ ବେହେରା, ଦେବ ବେହେରା ଓ ତାଙ୍କ ସମ୍ପର୍କୀୟ ମାନେ ଡିଗି ଗ୍ରାମ ଲୋକଙ୍କୁ ବାଟ ଘାଟରେ ଅଟକାଇ ମାଡ ମାରୁଥିବା ଅଭିଯୋଗ ହେଉଥିଲା। ପୁଣି ଡିଗି ଗ୍ରାମର ଯୁବକ ମଣିବାଜି ଗ୍ରାମଦେଇ ଯାଉଥିବା ସମୟରେ ଶ୍ରୀକାନ୍ତ ବେହେରା ସେହି ଯୁବକଙ୍କୁ ଆକ୍ରମଣ କରି ଗୁରୁତର କରିଥିଲେ। ପୁଣୀ ଗୁରୁବାର ରାତି ହେବା ପରେ ମଣିବାଜି ଗ୍ରାମର ଶ୍ରୀକାନ୍ତ ବେହେରା ଓ ଅନ୍ୟ ସହଯୋଗୀ ଙ୍କ ସହ ସମ୍ପର୍କୀୟ ମାନେ ହାତରେ ଖଣ୍ଡା ଓ ରଡ ନେଇ ଡିଗି ଗ୍ରାମରେ ପହଂଚି ବିଭିନ୍ନ ଘରର କବାଟ ଭାଙ୍ଗି ଘର ଭିତରେ ପଶି ଜିନିଷ ପତ୍ର ଭଙ୍ଗା ରୋଜା କରିବା ସହ ଲୋକଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ। ଏମିତିକି ରାତି ତମାମ ଗାଁ ଦାଣ୍ଡରେ ଖଣ୍ଡା ବୁଲିଥିଲା। ଏଥିରେ ଅଶୋକ ପରିଡ଼ା, ନରେନ୍ଦ୍ର ପରିଡ଼ା, ତିଳୋତମା ପରିଡ଼ା, ବନମାଳୀ ପରିଡ଼ା, ବାସନ୍ତୀ ପରିଡ଼ା ଓ ଅନ୍ୟମାନେ ଗୁରୁତ୍ୱ ର ହୋଇଥିବା ବେଳେ ବୃଦ୍ଧ ପଂଚନାନ ବେହେରା ଅଧିକ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି ଯାଜପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଧାମନଗର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲେ।ଶୁକ୍ରବାର ଡିଗି ଗ୍ରାମର ଶତାଧିକ ମହିଳା ଥାନାରେ ଧାମନଗର ଥାନାରେ ପହଂଚି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେପଟେ ମଣିବାଜି ଗ୍ରାମର ଶ୍ରୀକାନ୍ତ ବେହେରା ଓ ଅନ୍ୟମାନେ ଫେରାର ଥିବା ଜଣାଯାଇଛି।ସୂଚନା ଥାଉକି ଶ୍ରୀକାନ୍ତ ଙ୍କ ନାମରେ ପୂର୍ବରୁ ଅନେକ ଚୋରୀ ଡକାୟତି କେଶ ରେ ବିଭିନ୍ନ ଥାନା ରେ ମାମଲା ରୁଜୁ ହୋଇଛି।ଏପରି କି ଧାମନଗର ଥାନାର ଏ ଏସ ଆଇ ସୂଜିତି ରାଉତ ଙ୍କୁ ମଧ୍ୟ ବିଭିନ୍ନ ଭାଷାରେ ଫୋନ୍ ଦ୍ୱାରା ଗାଳିଗୁଲଜ ଓ ମାରିବାରଧମକ ମଧ୍ୟ ଦେଇଛନ୍ତି।ଖବର ପାଇ ଭଗବାନପୁର ପଂଚାୟତ ର ସମିତି ସଭ୍ୟ ସୁଦୀପ୍ତ ଖଟୁଆ ଭୟଭିତରେ ଥିବା ମହିଳା ଓ ପୁରୁଷ ଙ୍କୁ ଆଶ୍ୱସନା ଦେବା ସହ ସେମାନଙ୍କ ସୁରକ୍ଷା ପାଇଁ ଗ୍ରାମରେ ପୋଲିସ ଫୋର୍ସ ଯୋଗାଇଦେବା ପାଇଁ ଶ୍ରୀ ଖଟୁଆ ପୋଲିସ କୁ ନିବେଦନ କରିଥିଲେ ।