Home ଜିଲ୍ଲା ପରିକ୍ରମା ଗ୍ରାମରକ୍ଷୀଙ୍କ ଆତ୍ମହତ୍ୟା

ଗ୍ରାମରକ୍ଷୀଙ୍କ ଆତ୍ମହତ୍ୟା

19

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଡି.ଆଇ.ବି କାର୍ଯ୍ୟାାଳୟରେ କାର୍ଯ୍ୟରତ ଗ୍ରାମରକ୍ଷୀ ସୁରେଶ ରାଉତ ଗତକାଲି ଆତ୍ମହତ୍ୟା କରିଥିବା ଖବର ଜଣାପଡିଛି। ଖବର ଅନୁସାରେ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ତଳାଙ୍ଗ ଗ୍ରାମର ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ସୁରେଶ ଗତକାଲି ଘରୁ ଡ୍ୟୁଟିକୁ ଯାଉଥିବା କହି ଯାଇଥିଲେ ମଧ୍ୟ ଡେରି ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘରଲୋକ ତାଙ୍କ ମୋବାଇଲକୁ ଫୋନ କରିଥିଲେ। ହେଲେ ଫୋନ ସୁଇଚ ଅଫ ଥିବାରୁ ଘରଲୋକ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ହେଲେ ଆଜି ସକାଳୁ ତାଙ୍କର ମୃତ ଦେହ ଘରର ଅଲ୍ପ ଦୂରରେ ଥିବା କେନାଲ ପାଖରେ ଏକ ଜାମଗଛରେ ଝୁଲୁଥିବା କିଛି ଲୋକ ଦେଖି ତାଙ୍କ ଘରେ ଖବର ଦେଇଥିଲେ। ଘର ଲୋକ ଏ ବିଷୟରେ ଗ୍ରାମାଂଚଳ ପୋଲିସକୁ ଖବର ଦେବାରୁ ଥାନାଧିକାରୀ ଆଲୋକ ଜେନାଙ୍କ ତତ୍ୱାବଧାନରେ ଏକ ପୋଲିସ ଟିମ୍ ତଳାଙ୍ଗ ଗ୍ରାମରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତଖାନାକୁ ପଠାଇ ଅଧିକ ତଦନ୍ତ ଚାଲୁ ରଖିଥିବା ଜଣା ପଡିଛି। ଆତ୍ମହତ୍ୟାର କାରଣ ଜଣା ପଡିନାହି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.