Home କେନ୍ଦୁଝର ଗ୍ରାମବାସୀଙ୍କୁ ଆକ୍ଷେପ କରି ରୋଷର ଶୀକାର ହେଲେ ଶିକ୍ଷକ

ଗ୍ରାମବାସୀଙ୍କୁ ଆକ୍ଷେପ କରି ରୋଷର ଶୀକାର ହେଲେ ଶିକ୍ଷକ

71

ହାଟଡ଼ିହି-୨୦ /୨ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶିବନାରାୟଣପୁର ସ୍କୁଲର ଜଣେ ଶିକ୍ଷକ ଗାଁ ଲୋକଙ୍କୁ ଆକ୍ଷେପ କରି କଟୁ ମନ୍ତବ୍ୟ ଦେବା ଘଟଣା ସଂପୃକ୍ତ ଶିକ୍ଷକଙ୍କୁ ମାହାଙ୍ଗା ପଡିଛି । ଗ୍ରାମବାସୀମାନେ ସଂପୃକ୍ତ ଶିକ୍ଷକଙ୍କୁ ଗାଁ ସ୍କୁଲରୁ ହଟାଇ ନେବାକୁ ଦାବି କରିବା ସହିତ ଆଉ ସ୍କୁଲରେ ପୁରାଇ ନଦେବାକୁ ନିଷ୍ପତି ନେଇଛନ୍ତି । ଏନେଇ ସେମାନେ କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ଓ ହାଟଡିହି ବିଇଓଙ୍କୁ ଜଣାଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଖବରରୁ ଜଣାଯାଇଛି ଯେ ସ୍କୁଲର ଜଣେ ଶିକ୍ଷକ ତାଙ୍କର କିଛି ଅନ୍ୟ ଶିକ୍ଷକ ବନ୍ଧୁଙ୍କ ସହ ବଣଭୋଜି କରିବାକୁ ନିକଟସ୍ଥ ବାହିଆ ନାଳ ନିକଟକୁ ଯାଇଥିଲେ । ସେଠାରେ କଥାବାର୍ତ୍ତା ହେଉଥିବା ସମୟରେ ଶିକ୍ଷକ ଜଣକ ଗାଁ ଲୋକଙ୍କୁ ଆକ୍ଷେପକରି କଟୁ ମନ୍ତବ୍ୟ ଦେଇଥିଲେ । ପାଖରେ ଭୋଜି କରୁଥିବା କିଛି ବ୍ୟକ୍ତି ଏହାର ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏ ସମ୍ପର୍କରେ ଗ୍ରାମବାସୀମାନେ ଶୁଣିବାପରେ ତୁରନ୍ତ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ । ଗତକାଲି ଏନେଇ ବ୍ଲକ ସହ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ ଉକ୍ତ ସ୍କୁଲକୁ ଯାଇ ଏହିବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇ ନଥିଲା । ଗ୍ରାମବାସୀମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ସଂପୃକ୍ତ ଶିକ୍ଷକଙ୍କୁ ଆଉ ସ୍କୁଲରେ ପୁରାଇ ନଦେବାକୁ ନିଷ୍ପତି ନେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.