Home ଜିଲ୍ଲା ପରିକ୍ରମା ‘ଗ୍ରହରାଜ’ ସଂପାଦକ ହରିହର ମହାପାତ୍ରଙ୍କ ପରଲୋକ

‘ଗ୍ରହରାଜ’ ସଂପାଦକ ହରିହର ମହାପାତ୍ରଙ୍କ ପରଲୋକ

102

ନୟାଗଡ଼, ୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରୁ ପ୍ରକାଶ ପାଉଥିବା ସାପ୍ତାହିକ ସଂବାଦପତ୍ର ‘ଗ୍ରହରାଜ’ର ସଂପାଦକ ତଥା ନୟାଗଡ଼ ସାମ୍ବାଦିକ ଜଗଦର ପିତାମହ ଭୀଷ୍ମ ହରିହର ମହାପାତ୍ର(୮୫)ଙ୍କ ଆଜି ସନ୍ଧ୍ୟାରେ ନୟାଗଡ଼ ଠାରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସ୍ଥି କର୍କଟ ରୋଗରେ ପିଡୀତ ଥିଲେ। ସ୍ୱର୍ଗତ ମହାପାତ୍ର ବହୁ ଅନୁଷ୍ଠାନ ସହିତ ଜଡ଼ିତ ଥିଲାବେଳେ ତାଙ୍କର ଆଶା ସୀମାହୀନ ଓ ଅଭିଳାଷ କାହିଁ କେତେ ଉଚ୍ଚରେ ଥିଲାବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ୧୯୮୨ ମସିହାରେ ପ୍ରକାଶ ପାଇଥିବା ଖବରକାଗଜ ‘ଗ୍ରହରାଜ’ରେ ସାଲିସକୁ ପ୍ରଶୟ ଦେଉନଥିଲା ବେଳେ ତାଙ୍କର ଶାଣିତ ଲେଖାରେ ସମାଜର ବିଭିନ୍ନ ସମସ୍ୟାକୁ ସମାଧାନ କରିବାରେ ସେ ଶତଚେଷ୍ଟା କରୁଥିଲେ। ସେ ଟାକରା ମଣିନାଗ ବହୁମୂଖୀ ଯୁକ୍ତଦୁଇ ମହାବିଦ୍ୟାଳୟର ପ୍ରାଣ ତଥା ପ୍ରତିଷ୍ଠାତା ସଂପାଦକ, ନୟାଗଡ଼ ବଣିକ ସଂଘର ମୁଖ୍ୟ ସୂତ୍ରଧର ଏବଂ ନବଘନପୁର ହାଇସ୍କୁଲ ପ୍ରତିଷ୍ଠାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନିଜ ଘର ନବଘନପୁର ପଂଚାୟତ ଡିଆଁପଡ଼ାଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.