Home Top News ଗୌହାଟୀ-ହାୱାଡ଼ା ସ୍ପେଶାଲ ଏକ୍ସପ୍ରେସ ଟ୍ରେନ୍ ଲାଇନ୍‌ଚ୍ୟୁତ; କୌଣସି ହତାହତ ହେବାର ଖବର ନାହିଁ

ଗୌହାଟୀ-ହାୱାଡ଼ା ସ୍ପେଶାଲ ଏକ୍ସପ୍ରେସ ଟ୍ରେନ୍ ଲାଇନ୍‌ଚ୍ୟୁତ; କୌଣସି ହତାହତ ହେବାର ଖବର ନାହିଁ

71

ନୂଆଦିଲ୍ଲୀ ୨୫-୮ (ଓଡ଼ିଆ ପୁଅ) : ଗୌହାଟୀ-ହାୱାଡ଼ା ସ୍ପେଶାଲ ଏକ୍ସପ୍ରେସ ଟ୍ରେନର ଚାରିଟି କୋଚ ଆଜି ଅପରାହ୍ନ ପ୍ରାୟ ଗୋଟାଏ ୩୬ ମିନିଟ୍‌ ସମୟରେ ଚାଇଗାଓଁ ଷ୍ଟେସନ ନିକଟରେ ଲାଇନ୍‌ଚ୍ୟୁତ ହୋଇଛି।

ଗୌହାଟି ଷ୍ଟେସନ ଛାଡିବାର ପ୍ରାୟ ଏକ ଘଣ୍ଟା ପରେ ଟ୍ରେନଟି ଲାଇନ୍‌ଚ୍ୟୁତ ହୋଇଥିଲା।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କୌଣସି ଯାତ୍ରୀଙ୍କ ହତାହତ କିମ୍ବା କ୍ଷୟକ୍ଷତି ହୋଇନାହିଁ ଏବଂ ବର୍ତ୍ତମାନ ଉକ୍ତ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ବୋଲି ଉତ୍ତର-ପୂର୍ବ ସୀମାନ୍ତ ରେଳପଥ ସି.ଆର.ପି. ସିପିଆରଓ ଆହୁରି ମଧ୍ୟ କହିଛି ଯେ, ପ୍ରଭାବିତ କୋଚର ଯାତ୍ରୀମାନଙ୍କୁ ଅନ୍ୟ କୋଚକୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି।

ସିପିଆରଓ ଗଣମାଧ୍ୟମକୁ କହିଛନ୍ତି ଯେ, ସୂଚନା ପାଇବା ପରେ ଏକ ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଏବଂ ଦୁର୍ଘଟଣା ରିଲିଫ୍ ମେଡିକାଲ୍ ଯନ୍ତ୍ରପାତି ଟ୍ରେନ୍ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ପଠାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.