Home ଜିଲ୍ଲା ପରିକ୍ରମା ଗୌରାଙ୍ଗପୁର ନିକଟ ବୈତରଣୀ ନଦୀରେ ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା

ଗୌରାଙ୍ଗପୁର ନିକଟ ବୈତରଣୀ ନଦୀରେ ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା

6
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ସୋହଡ଼ା ପଂଚାୟତ ଗୌରାଙ୍ଗପୁର ନିକଟ ବୈତରଣୀ ନଦୀ ର ବାଲି ଉପରେ ଆଜି ସକାଳେ ଏକ ଅଚିହ୍ନା ଯୁବକର ମୃତ ଦେହ ଦେଖିବାକୁ ମିଳିଛି। ଦେହରେ କଳାରଙ୍ଗର ଫୁଲ ପ୍ୟାଂଟ , ନାଲି ବ୍ୟାନିୟନ( ସୁଇଟର) ସହିତ ହାତରେ ଜୋତା ଧରି ନଦୀ ବାଲି ଉପରେ ମୁଁହ ମାଡି ପଡିଥିବା ମୃତ ଦେହକୁ ଦେଖିବାକୁ ମିଳି ଥିଲା। ଆଜି ସକାଳୁ ସ୍ଥାନୀୟ ଲୋକେ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ମୃତ ଦେହଟି ପଡିରହିଥିବା ଦେଖିବାକୁ ପାଇଥିଲେ।ଖବର ପାଇ ପ୍ରଥମେ ଜୟନ୍ତରା ସରପଂଚ କୁ ଜଣାଇ ଥିଲେ ସେ ଦଶରଥପୁର ପୋଲିସ କୁ ଖବର ଦେଇଥିଲେ । ମାତ୍ର ଘଟଣା ଟି ଧାମନଗର ଥାନା ଅଂଚଳରେ ହୋଇ ଥିବାରୁ ଧାମନଗର ପୋଲିସ କୁ ଖବର ଦେଇଥିଲେ ।ଖବର ପାଇ ଧାମନଗର ଥାନା ଅଧିକାରି ଫନି ଭୂଷଣ ନାୟକ, ଏସ ଆଇ ପ୍ରଦୀପ ନାୟକ, ଏଏସ ଆଇ ନେପାଲ ଶାହା ପ୍ରମୁଖ ଘଟଣା ସ୍ଥଳ ରେ ପହଂଚି ଶବ ଜବତ କରିଥିଲେ। ଧାମନଗର ତହସିଲଦାର ଦୀପକ ଦାସ ଘଟଣା ସ୍ଥଳ ରେ ମଧ୍ୟ ପହଂଚି ଥିଲେ।ପରେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିବା ବେଳେ ଏକ ଅପମୃତ ମାମଲା ୩୫/୨୪ ରୁଜୁ କରା ଯାଇ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୃତ ଯୁବକର ବୟସ ଆନୁମାନିକ ୪୦ ରୁ ୪୫ ବର୍ଷ ହେବ । ତାଙ୍କର ପରିଚୟ ମିଳିପାରିନାହିଁ। ମୃତ୍ୟୁର କାରଣ ଜଣା ପଡି ନାହିଁ। କେହି ଦୁର୍ବୃତ ହତ୍ୟା କରି ତାକୁ ଟାଣି ଟାଣି ଆଣି ସେଠାରେ ପକାଇ ଦେଇ ଥିବାର ଅନୁମାନ କରାଯାଉଛି।କାରଣ ବାଲିରେ ତାକୁ ଟାଣି ନେବାର ଚିହ୍ନ ରହିଛି । ତେବେ ଏହା ହତ୍ୟା କି ଆତ୍ମ ହତ୍ୟା ମୃତକ ର ପରିଚୟ ମିଳିଲେ ଓ ପରିବାର ଲୋକ ଅଭିଯୋଗ କଲେ ତଦନ୍ତ ରେ ସୁବିଧା ହେବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି ।ତେବେ ଭଦ୍ରକ ରେ ୪୮ ଘଂଟା ଶବ କୁ ରଖାଯିବ ଯଦି କିଏ ପରିବାର ଲୋକ ଦାବିଦାର ହେଲେ ତେବେ ଶବ ର ପରିଚୟ ମିଳି ପାରିବ ବୋଲି ତହସିଲଦାର କହିଛନ୍ତି। ତେବେ ଉକ୍ତ ମୃତୁ ଘଟଣା କୁ ନେଇ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା ଲାଗିରହିଛି ସଂଧ୍ୟା ସୁଦ୍ଧା ଶବ ର ପରିଚୟ ମିଳି ନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.