Home କେନ୍ଦୁଝର ଗୌରଭକ୍ତ ବାଇଧର ପହିଙ୍କ ପରଲୋକ

ଗୌରଭକ୍ତ ବାଇଧର ପହିଙ୍କ ପରଲୋକ

105

ହାଟଡ଼ିହି-୫ /୧୨, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ଗ୍ରାମର ଗୌରଭକ୍ତ ବାଇଧର ପହିଙ୍କ ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେଗତ ୧ତାରିଖ ଦିନ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ନେବା ବାଟରେ ତାଙ୍କର ପରଲୋକ ଘଟିଥିଲା । ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ଗୌରଭକ୍ତ ଭାବରେ ସମଗ୍ର ଅଞ୍ଚଳରେ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ହାଟଡିହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବରପାଇ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଶାସଙ୍ଗ ପ୍ୟଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ଆନନ୍ଦପୁର ବ୍ଲକର ସାଂସଦ ପ୍ରତିନିଧି ଶାନ୍ତନୁ ସେଠୀ, ହାଟଡିହି ପଞ୍ଚାୟତର ସରପଞ୍ଚ ଅନୁସୁୟା ସେଠୀ, କଳ୍ପତରୁ ସେଠୀ, ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ବଳରାମ ମଲ୍ଲିକ, କାଳନ୍ଦୀ ମଲ୍ଲିକ, ପଦ୍ମନାଭ ପହି, ଜିତେନ୍ଦ୍ର ନାୟକ, ଜୟଦେବ ଚକ୍ର, ଧିରେନ ବ୍ରହ୍ମଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ନିଜ ବାଡିରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ନାରାୟଣ ପହି ମୁଖାଗ୍ନି ଦେଇଥିବାବେଳେ ଅନ୍ୟତମ ପୁଅ ନିତ୍ୟାନନ୍ଦ ପହି, ଚିତ୍ତରଞ୍ଜନ ପହି, ଭାଇ ଘନଶ୍ୟାମ ପହି, ଆଦିକନ୍ଦ ପହି, ଅନାଦି ଚରଣ ପହି, ଅମିୟ ରଞ୍ଜନ ପହି, ପ୍ରକାଶ ଚନ୍ଦ୍ର ମହାନ୍ତି, କାଳିଆ ପହି, ଦେବାଶିଷ ବେହେରାଙ୍କ ସମେତ ଅନେକ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.