Home ଜିଲ୍ଲା ପରିକ୍ରମା ଗୋ ହତ୍ୟା ପ୍ରତିବାଦରେ ବଜରଙ୍ଗ ଦଳର ଧାରଣା ପ୍ରଦର୍ଶନ

ଗୋ ହତ୍ୟା ପ୍ରତିବାଦରେ ବଜରଙ୍ଗ ଦଳର ଧାରଣା ପ୍ରଦର୍ଶନ

100

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଜରଙ୍ଗ ଦଳ ତରଫରୁ ରାଜ୍ୟବ୍ୟାପୀ ଗୋ-ହତ୍ୟା ପ୍ରତିବାଦରେ ଧାରଣା ପ୍ରଦର୍ଶନ କରାଯାଇଅଛି । ଭଦ୍ରକ ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଛଅ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଅଛି । କୋଭିଡ ମହାମାରୀ ନିୟମ ମାନି ବିରାଟ ମାନବ ଶୃଙ୍ଖଳା କରି ବଜରଙ୍ଗ ଦଳର କର୍ମୀମାନେ ପ୍ରତିବାଦ କରିଥିଲେ । ଦେଶର ଅନେକ ରାଜ୍ୟରେ ଗୋସୁରକ୍ଷା ଆଇନ କଡାକଡି ଭାବେ ଲାଗୁ ହୋଇଥିବାବେଳେ ଓଡିଶାରେ ତାହା ଦେଖାଯାଉନାହିଁ । ଶ୍ରୀଜଗନ୍ନାଥଙ୍କ ମାଟିରେ ଗୋହତ୍ୟା ବନ୍ଦ ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନିଅନ୍ତୁ ନଚେତ୍ ବଜରଙ୍ଗ ଦଳ ତରଫରୁ ତୀବ୍ର ଆନ୍ଦୋଳନ କରାଯିବ । କୋଟି କୋଟି ହିନ୍ଦୁମାନଙ୍କର ଆସ୍ଥା ଓ ବିଶ୍ୱାସ ସହିତ ଖେଳିବାକୁ ଦିଆଯିବ ନାହିଁ ବୋଲି ରାଜ୍ୟ ସଂଯୋଜକ ମାନସ ମହାନ୍ତି ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି କିଛି ବର୍ଷ ଧରି ଓଡିଶାରେ ଗୋ-ମାଫିଆମାନେ ଅତ୍ୟନ୍ତ ସକ୍ରିୟ ହୋଇ ବେଧଡକଭାବେ ହତ୍ୟା ଉଦ୍ଦେଶ୍ୟରେ ଗୋ-ତସ୍କରୀ ଚଳାଇଛନ୍ତି । ହିନ୍ଦୁମାନଙ୍କର ଆରାଧ୍ୟ ଗୋ-ବଂଶକୁ ପ୍ରତିଦିନ ଶହଶହ ଅବୈଧ ଉଚ୍ଚ ଡଲାଯୁକ୍ତ ଟ୍ରକ, କଣ୍ଟେନର, ପିକ୍‌ଅପ ଭେନ୍ ଯୋଗେ ଏବଂ ଆଇନ ଆଖିରେ ଧୂଳିଦେଇ ବହୁ ସଂଖ୍ୟକ ଗୋ-ବଂଶକୁ ଚଲାଇ ଚଲାଇ ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶକୁ ଚାଲାଣ କରାଯାଉଛି । ଏଥିରୁ ସଂଗ୍ରୁହିତ ବିପୁଳ ଅର୍ଥକୁ ରାଷ୍ଟ୍ର ବିରୋଧି, ଆତଙ୍କି ଗତିବିଧିରେ ବିନିଯୋଗ ହେଉଛି । ଏହା ବିରୁଦ୍ଧରେ ସଂଘର୍ଷ କରୁଥିବା ଗୋ-ସେବକମାନଙ୍କୁ ହତ୍ୟାଧମକ ସହ, ମରଣାନ୍ତକ ଆକ୍ରମଣ କରିବା ଏବଂ ମିଥ୍ୟା କେଶ ଆଦି ବିଭିନ୍ନ ସମସ୍ୟାରେ ଛନ୍ଦି ଦିଆଯାଉଛି ।

ଏହା ଉପରେ ପୋଲିସ ପ୍ରଶାସନର ନିଷ୍କ୍ରିୟତା ଦ୍ୱାରା ସମାଜରେ ସମ୍ପ୍ରଦାୟୀକ ଉତ୍ତେଜନା ପରି ଗମ୍ଭୀର ସ୍ଥିତି ସୃଷ୍ଟିହେବା ସହ ଗୋ-ବଂଶ କ୍ଷିପ୍ରଭାବେ ସମାପ୍ତ ହେବାକୁ ଯାଉଛି । ଏଣୁ ଏ ସମସ୍ତ ବିଷୟକୁ ଅନୁଧ୍ୟାନକରି ରାଜ୍ୟ ସରକାର ଗୋ-ହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦପାଇଁ ଦୃଢ ଆଇନ ପ୍ରଣୟନ କରିବା । ଗୋ-ରକ୍ଷକଙ୍କ ଉପରେ ଲଗାଯାଇଥିବା ସମସ୍ତ ମିଥ୍ୟା କେଶକୁ ରବ୍ଦ କରିବା । ଗୋ-ତସ୍କରୀ ରୋକିବା ପାଇଁ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିିବା । ଗୋ-ମାଫିଆମାନଙ୍କୁ ଚିହ୍ନଟ କରାଯାଇ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡିତ କରିବା । ପ୍ରତି ଜିଲ୍ଲାରେ ଗୋ-ବଂଶର ସଂରକ୍ଷଣ ପାଇଁ ଗୋ-ଶାଳା ନିର୍ମାଣ, ଗୋ-ଆଧିରିତ କୃଷି ଓ ଶିଳ୍ପପାଇଁ ଆବଶ୍ୟକ ତାଲିମ ପ୍ରଦାନସହ ଆତ୍ମନିର୍ଭରଶୀଳ ପାଇଁ ଆର୍ôଥକ ପ୍ରୋତ୍ସାହନ ଦିଆଯିବା ଆଦି ଦାବୀ ବଜରଙ୍ଗ ଦଳ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ବିପିନ ବିହାରୀ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲାବେଳେ ବିଶ୍ୱହିନ୍ଦୁ ପରିଷଦର ସଭାପତି ବିଜୟ କୁମାର ସିହ୍ନା, ବଜରଙ୍ଗ ଦଳର ସହ ସଂଯୋଜକ ବ୍ରହ୍ମାନନ୍ଦ ସାହୁ, କ୍ଷୀତିଶ ରାଉତ, ସଞ୍ଜିବ ଦାସ, ଜିଲ୍ଲା ଗୋରକ୍ଷା ପ୍ରମୁଖ ଦେବେନ୍ଦ୍ର ନାୟକ, ମନ୍ମଥ ନାୟକ, ଜୟପ୍ରକାଶ ପତି, ଶକ୍ତିଦତ୍ତ ଦାସ, ଅଜିତ୍ ବିଶ୍ୱାଳ, ସତ୍ୟବ୍ରତ ନାରାୟଣ ବେହେରା, ଚନ୍ଦ୍ରଶେଖର ରାଉତ, ବାଦଲ ମୁଖୀ, ଦୀପକ ଗୁହାରାଏ, ଅମିତ ମାଇତି, ନିଳାଦ୍ରୀ ଭୂଷଣ ଯାଦବ, ଜୀତେନ୍ଦ୍ର ନାୟକ, ପ୍ରଭାକର ନାୟକ ପ୍ରମୁଖ ପରିଚାଳନା କରିଥିଲେ ବୋଲି ଗଣମାଧ୍ୟମ ସଂଯୋଜକ ବୃଷଭାନୁ ସାହୁ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.